ମହିମାଙ୍କ ସତ୍ୟପାଠ ଉପରେ ଶୁଣାଣି ଶେଷ

May 14, 2018 - 14:17
 155
ମହିମାଙ୍କ ସତ୍ୟପାଠ ଉପରେ ଶୁଣାଣି ଶେଷ
କଟକ,୧୪ା୫(ସକାଳଖବର): ପ୍ରେସ ଛକ ବୋମା ମାଡ଼ ଓ ଗୁଳିକାଣ୍ଡ ଘଟଣାରେ ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଡକ୍ଟର ଜଷ୍ଟିସ ଡି ପି ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଛି । ତେବେ ଏହି ମାମଲାରେ ଉକ୍ତ ଖଣ୍ଡପୀଠରେ ମାମଲା ଶୁଣାଣି ନହେଉ ବୋଲି ପ୍ରାର୍ଥନା କରି ଆବେଦନକାରୀଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା । ସରକାରଙ୍କ ପକ୍ଷରୁ ଏଜିଏ ଦିଲ୍ଲୀପ ମିଶ୍ର, ଆବେଦନକାରୀଙ୍କ ପକ୍ଷରୁ ହିମାଂଶୁ ଶେଖର ମିଶ୍ର ମାମଲା ପରିଚାଳନା କରୁଛନ୍ତି । ସୂଚନାଯୋଗ୍ୟ ଏହି ମାମଲାରେ ମହିମାଙ୍କ ଜାମିନ ଆବେଦନ ଉପରେ କଟକ ଜିଲା ଓ ଦୌରାଜଜ ଶୁଣାଣି କରି ଗତ ଅକ୍ଟୋବର ମାସ ୧୦ ତାରିଖରେ ଖାରଜ କରିଥିଲେ । ସେହିଭଳି ଗତ ସେପ୍ଟେମ୍ବର ମାସ ୨୬ ତାରିଖରେ କଟକ ସଦର ଏସଡିଜେଏମ ଏହି ମାମଲାରେ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ପୂର୍ବରୁ ଜୁନ ମାସ ୨୦ ତାରିଖରେ ହାଇକୋର୍ଟ ଏହି ମାମଲାରେ ମହିମାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ତେବେ ମଧୁପାଟଣା ଥାନା ପୁଲିସ ଏସଡିଜେଏମ କୋର୍ଟରେ ଚାର୍ଜସିଟ ଦାଖଲ କରିବା ପରେ ମହିମା ମିଶ୍ର ପୁଣି ଜାମିନ ପାଇଁ ଏସଡିଜେଏମଙ୍କ ନିକଟରେ ଆବେଦନ କରିଥିଲେ ।