ଅଭିଯୁକ୍ତଙ୍କୁ ଜେରା ବେଳେ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିଛି: କଟକ ଡିସିପି

Sep 13, 2022 - 09:28
 169
ଅଭିଯୁକ୍ତଙ୍କୁ ଜେରା ବେଳେ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିଛି: କଟକ ଡିସିପି
କଟକ: ନକଲି ଔଷଧ କାରବାର ଘଟଣାରେ କଟକ ପୁରୀଘାଟ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର। ସେ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି, ‘ଅଭିଯୁକ୍ତଙ୍କୁ ଜେରା ପରେ ଆମେ ଗିରଫ କଲୁ। ଜେରା ବେଳେ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିଛି। ଏମାନେ ବିହାର ଓ ବେଙ୍ଗାଲୁରରୁ ଏହି ଔଷଧ ଆଣୁଥିଲେ। ଏହି ତଥ୍ୟକୁ ନେଇ ଆମେ ଆଗକୁ ତଦନ୍ତ କରିବୁ। ଉଭୟ ଗିରଫ ଅଭିଯୁକ୍ତଙ୍କୁ ଆମେ ରିମାଣ୍ଡରେ ଆଣିବୁ।ରାଜ୍ୟ ବାହାରକୁ ମଧ୍ୟ ପୁଲିସ ଟିମ ଯାଇ ତଦନ୍ତ କରିବ। ଏମାନଙ୍କଠାରୁ ଯେଉଁମାନେ ଔଷଧ ନେଉଥିଲେ ସେମାନେ ବି ତଦନ୍ତ ପରିସରଭୁକ୍ତ ହେବେ।’ ଉଲ୍ଲେଖଯୋଗ୍ୟ, ଅଭିଯୁ୍କ୍ତ ଦ୍ବୟ ହେଉଛନ୍ତି ଭି.ଆର୍ ଡ୍ରଗ୍ ଏଜେନ୍ସିର ମାଲିକ ରାହୁଲ କ୍ୟାଲ୍ ଏବଂ ପୂଜା ଏଣ୍ଟରପ୍ରାଇଜର୍ସ ମାଲିକ ସଞ୍ଜୟ ଜଲାନ୍। ରାହୁଲର ମା’ ବର୍ଷାରାଣୀ ଓ ସଞ୍ଜୟଙ୍କ ପତ୍ନୀ ଚଞ୍ଚଲ ନାଁରେ ଲାଇସେନ୍ସ ରହିଛି। ଏମାନଙ୍କୁ ପୁରୀଘାଟ ଥାନା ପୁଲିସ ବାରମ୍ବାର ଥାନାକୁ ଡାକି ଜେରା କରିବା ପରେ ଉପରୋକ୍ତ ଦୁଇ ଜଣ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏଥିସହିତ, ସେମାନଙ୍କ ଗୋଦାମରେ ପୁଲିସ ଆଜି ଚଢ଼ଉ କରିଛି।