ସୁପର ଫୋର୍‌ ପାଇଁ ପ୍ଲେ-୧୧ ଘୋଷଣା କଲା ପାକିସ୍ତାନ

Sep 6, 2023 - 05:57
 31
ସୁପର ଫୋର୍‌ ପାଇଁ ପ୍ଲେ-୧୧ ଘୋଷଣା କଲା ପାକିସ୍ତାନ
ଇସଲାମାବଦ,୬।୯: ଆଜିଠାରୁ ଏସିଆ କପରେ ସୁପର ଫୋର୍‌ ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ଭାରତ, ପାକିସ୍ଥାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ସୁପର ଫୋର୍‌ରେ ସ୍ଥାନ ପାଇଛନ୍ତି। ଆଜି ଲାହୋରରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସୁପର -୪ ର ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ପାକିସ୍ତାନ ପ୍ଲେ-୧୧ ଘୋଷଣା କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ୨୦୨୩ ଏସିଆ କପରେ ଦୁଇଟି ମ୍ୟାଚ ଖେଳିଛି। ନେପାଳରୁ ପାକିସ୍ତାନ ଏହାର ପ୍ରଥମ ମ୍ୟାଚ ଜିତିଥିଲା। ଏଥି ସହିତ ବର୍ଷା ହେତୁ ଭାରତ ବିପକ୍ଷ ମ୍ୟାଚ ଡ୍ର ହୋଇଯାଇଥିଲା। ଏହି ଉଭୟ ମ୍ୟାଚରେ ପାକିସ୍ତାନର ପ୍ଲେ-୧୧ ସାମନ ଥିଲା। ସୁପର ଫୋର୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚ ପାଇଁ ପାକିସ୍ତାନ ଅଧିନାୟକ ବାବର ଆଜାମ ପ୍ଲେ-୧୧ ଘୋଷଣା କରିଛନ୍ତି। ପାକିସ୍ତାନର ପ୍ଲେ-୧୧ ଏକ ବଡ଼ ପରିବର୍ତ୍ତନ ହୋଇଛି। ଷ୍ଟାର ଅଲରାଉଣ୍ଡର ମହମ୍ମଦ ନୱାଜ ଦଳରୁ ଓହରିଯାଇଛନ୍ତି। ତାଙ୍କ ସ୍ଥାନରେ ଦ୍ରୁତ ବୋଲିଂ ଅଲରାଉଣ୍ଡର ଫହିମ ଆଶ୍ରଫ ପ୍ରବେଶ କରିଛନ୍ତି। ଦ୍ରୁତ ବୋଲିଂ ସହିତ ଫହିମ ମଧ୍ୟ ନିମ୍ନ କ୍ରମରେ ଭଲ ବ୍ୟାଟିଂ କରିପାରନ୍ତି। ବାଂଲାଦେଶ ବିପକ୍ଷ ମ୍ୟାଚ ପାଇଁ ପାକିସ୍ତାନର ପ୍ଲେ-୧୧- ଇମାମ ଉଲ ହକ, ଫଖର ଜମାନ, ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (ଉଇକେଟଥ କିପର), ଇପ୍ତିଖର ଅହମ୍ମଦ, ସଲମାନ ଅଲି ଆଗା, ଶାଦବ ଖାନ, ଫହିମ ଆଶ୍ରଫ, ଶାହିନ ଶାହ ଆଫ୍ରିଦି, ହରିସ ରଉଫ ଏବଂ ନାସିମ ଶାହା।