ପ୍ଲାଷ୍ଟିକ ବର୍ଜନ ଓ ସ୍ୱଚ୍ଛ ଭାରତ ସଚେତନତା କାର୍ଯ୍ୟକ୍ରମ

Nov 13, 2019 - 06:39
 163
ଭଦ୍ରକ, ୯/୧୧(ସକାଳଖବର): ରମ୍ଭିଳା ଉଚ୍ଚ ବିଦ୍ୟାଳୟର ଇକୋ କ୍ଳବ ଆନୁକୁଲ୍ୟରେ ପ୍ଲାଷ୍ଟିକ ବର୍ଜନ ଓ ସ୍ୱଚ୍ଛ ଭାରତ ସଚେନତା ସମ୍ପର୍କୀତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ମହାପାତ୍ରଙ୍କ ତତ୍ୱାବଧାନ ଏବଂ କ୍ରୀଡ଼ା ଶିକ୍ଷକ ଅମୂଲ୍ୟ କୁମାର ମହାପାତ୍ରଙ୍କ ପରିଚାଳନାରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷାକର୍ମଚାରୀ ତଥା ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ପ୍ଲାଷ୍ଟିକ ବର୍ଜନ ନିମନ୍ତେ ବିଭିନ୍ନ ସ୍ଳୋଗାନ ମାଧ୍ୟମରେ ଗ୍ରାମ୍ୟ ପରିକ୍ରମା କରିଥିଲେ । ପରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ଲାଷ୍ଟିକର ଭୟାବହତା ଓ ଦୂଷିତ ପରିବେଶର କୁପରିଣାମ ସମ୍ପର୍କରେ ବକ୍ତୃତା ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆର.ସି.ବି.ଏଲ. ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗଗନ ବିହାରୀ ରାଉତ ଯୋଗ ଦେଇ ପ୍ଲାଷ୍ଟିକ ବର୍ଜନ କରିବା ସହିତ ପରିବେଶର ସୁରକ୍ଷା ନିମନ୍ତେ ବୃକ୍ଷରୋପଣ କରିବା ଏବଂ ନିଜର ପରିବେଶକୁ ପରିଷ୍କାର ପରିଚ୍ଛନ ରଖିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷକ ରବିଶଙ୍କର ଦାଶ, ସିଆର୍ସିସି ଦେବେନ୍ଦ୍ର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଧୁସୂଦନ ନାୟକ, ସନ୍ତୋଷ କୁମାର ମିଶ୍ର, ଶିକ୍ଷୟିତ୍ରୀ ମିନତି ପଣ୍ଡା, ଚନ୍ଦ୍ରଶେଖର ନାୟକ, ପର୍ଶୁରାମ ସାହାଣୀ, ପୀତାମ୍ବର ଶୁକ୍ଳ ପ୍ରମୁଖ ସହଯୋଗ କରିଥିଲେ ।