ଜିଏସ୍‌ଟି ଠକେଇ: ଜାଲ୍‌ ବିଲ୍‌ ପ୍ରସ୍ତୁତ କରି ୩୨୩ କୋଟି ଟଙ୍କା ଠକିଲେ, ୨ ଗିରଫ

Sep 2, 2021 - 13:58
 115
ଜିଏସ୍‌ଟି ଠକେଇ: ଜାଲ୍‌ ବିଲ୍‌ ପ୍ରସ୍ତୁତ କରି ୩୨୩ କୋଟି ଟଙ୍କା ଠକିଲେ, ୨ ଗିରଫ
କଟକ: ରାଜ୍ୟରେ ପୁଣି ଏକ ବଡ଼ ଧରଣର ଠକେଇର ପରଦା ଫାସ କଲା ରାଜ୍ୟ ଜିଏସ୍‌ଟି ବିଭାଗ। ୧୮୧୯ କୋଟି ଟଙ୍କାର ଜାଲ ବିଲ୍‌ ପ୍ରସ୍ତୁତ କରି ୩୨୩ କୋଟି ଟଙ୍କାର ଜିଏସ୍‌ଟି ଠକେଇ କରାଯାଇଛି। ୧୩ଟି ନକଲି ଫାର୍ମ କରି ଏହି ଠକେଇ ହୋଇଛି। ଏହି ଠକେଇ ଯୋଗୁଁ ସରକାରଙ୍କୁ ମୋଟ ୫୮.୧୪ କୋଟି ଟଙ୍କାର ଟ୍ୟାକ୍ସ ଠକେଇ ହୋଇଛି। ଠକେଇ ଅଭିଯୋଗରେ ଜିଏସ୍‌ଟି ବିଭାଗ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅମିତ ଅଗ୍ରୱାଲ ଓ ସତେନ୍ଦ୍ର ଯାଦବ। ରାଜ୍ୟ ଜିଏସ୍‌ଟି କମିସନର ସୁଶୀଲ କୁମାର ଲୋହାନି ଏହି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀ ଜରିଆରେ ଶ୍ରୀ ଲୋହାନି ସୂଚନା ଦେଇଛନ୍ତି ଯେ, ଅମିତ ରାଉରକେଲାର ଚଟାର୍ଡ ଆକାଉଣ୍ଟାଣ୍ଟ ହୋଇଥିବା ବେଳେ ଭୁବନେଶ୍ୱର ବାସିନ୍ଦା ସତେନ୍ଦ୍ର। ଜିଏସ୍‌ଟି ଠକେଇର ଚେର ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଦିଲ୍ଲୀକୁ ଲମ୍ବିଛି । ଖାଲି ପଡ଼ିଆକୁ ୧୦ଟି ଫାର୍ମର ଠିକଣା ଦର୍ଶାଯାଇଛି। ଏପର୍ଯ୍ୟନ୍ତ ମୋଟ ୨୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ଜିଏସ୍‌ଟି ବିଭାଗ।