ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଶୋଭାଯାତ୍ରା

Oct 4, 2019 - 06:13
 134
ଜୟପୁର,୨/୧୦(ସକାଳଖବର): ଜୟପୁର ସହକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୬୫ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଜୟପୁର ବନାଂଚଳ ଓ ଜୟପୁର ବନକଣ୍ଡ ତରଫରୁ ବିଦ୍ୟାଳୟରେ ଛାତ୍ର ପୁଲିସ, ଜୁନିୟର ରେଡ଼କ୍ରସ, ସ୍କାଉଟ ଗାଇଡ ଏବଂ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ଅହିଂସା, ବନ୍ୟଜନ୍ତୁ ସୁରକ୍ଷା, ପ୍ଲାଷ୍ଟିକମୁକ୍ତ ସମାଜ, ବୃକ୍ଷରୋପଣ ଏବଂ ସ୍ୱଚ୍ଛ ରହିବା ସନେ୍ଦଶ ନେଇ ସହର ପରିକ୍ରଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ଶୋଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଜୟପୁର ଉପଖଣ୍ଡ ବନ ଅଧିକାରୀ ଅଶ୍ୱିନା କୁମାର କର ମୁଖ୍ୟଅତିଥି ଭାବରେ ଯୋଗଦେଇ ଆଜିର ଦିନର ବିଶେଷତ ବିଷୟରେ ଉଦବୋଧନ ପ୍ରଦାନ କରିବା ସହ ଶପଥ ପାଠ କରାଇଥିଲେ । ଶିକ୍ଷକ ଯଜେ୍ଞଶ୍ୱର ପଣ୍ଡା ରାମଧୁନ ଗାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି । ପରେ ପରେ ଛାତ୍ରଛାତ୍ରୀଙ୍କୁ ମହାତ୍ମାଗାନ୍ଧିଙ୍କ ଜୀବରେ ଉପରେ ପର୍ଯ୍ୟବଶିତ କ୍ଷୁଦ୍ର ଚଳଚିତ୍ର ଏବଂ ବନ୍ୟଜନ୍ତୁ ସୁରକ୍ଷା ଉପରେ ପର୍ଯ୍ୟବେଶିତ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ପରିଚାଳନା କରିଥିବାବେଳେ ଅନ୍ୟ ଶିକ୍ଷକ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଓମପ୍ରକାଶ ମିଶ୍ର, ଜୟ ପ୍ରକାଶଚନ୍ଦ୍ର ମିଶ୍ର, ଦୁର୍ଗାପ୍ରସାଦ ପାତ୍ର, ନରେଶ କୁମାର ଷଡ଼ଙ୍ଗୀ, ଭଗବାନ ସାବତ, ଶୁଭସ୍ମିତା ସାହୁ, ରଶ୍ମିତା ନାହାକ, ସୁବର୍ଣ୍ଣ କୁମାରୀ ଖିଲ, ଏନ. ପଦ୍ମାବତୀ, ପ୍ରଭାତୀ ପାଣୀଗ୍ରାହୀ, କେ. ପ୍ରମିଳା, ସନ୍ତୋଷିନୀ ପଣ୍ଡା, ହେମଲତା ଖେମୁଣ୍ଡୁ, ସୁଧା ପଟ୍ଟନାୟକ, ବେଦମତୀ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।