ଜଗମୋହନ ମରାମତି ମାମଲା, ୧୦ରେ ପରବର୍ତ୍ତୀ ଶୁଣାଣି

Aug 20, 2018 - 15:00
 155
ଜଗମୋହନ ମରାମତି ମାମଲା, ୧୦ରେ ପରବର୍ତ୍ତୀ ଶୁଣାଣି
କଟକ,୨୦ା୮(ସକାଳଖବର): ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାରେ ସୋମବାର ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ପକ୍ଷରୁ ଭାରପ୍ରାପ୍ତ ଅଧିକ୍ଷକ ଅରୁଣ ମଲ୍ଲିକ ସତ୍ୟପାଠ ଦାଖଲ କରିଛନ୍ତି । ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କଲ୍ପେଶ ସତେନ୍ଦ୍ର ଜାଭେରୀ ଓ ଡକ୍ଟର ଜଷ୍ଟିସ ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏଏସଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ନାଟ ମଣ୍ଡପ ମରାମତି କାମ ଆଗେଇ ଚାଲିଛି । ଅନ୍ୟପକ୍ଷରେ ଏଏସଆଇ ପକ୍ଷରୁ ଗଠିତ କୋର କମିଟି ଆଜି ଠାରୁ ନାଟ ମଣ୍ଡପ ଭିତର ଭାଗ ଅନୁଧ୍ୟାନ କରୁଛି । ଏହି ଟିମରେ ଏଏସଆଇ ବିଶେଷଜ୍ଞ, ଆଇଆଇଟି(ମାଡ୍ରାସ) ଓ ଆଇଆଇଟି(ଖଡ଼ଗପୁର) ପ୍ରଫେସର ସାମିଲ ହୋଇଥିବାବେଳେ ବୈଷୟିକ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କରାଯାଉଛି । ସେହିପରି ମନ୍ଦିର ପାଶ୍ୱର୍ବର୍ତ୍ତୀ ଦେବାଦେବୀ ମନ୍ଦିର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଚାଲୁରହିଛି ।