ରମେଶ ଜେନାଙ୍କ ଜାମିନ ମାମଲା,

May 14, 2018 - 14:18
 169
ରମେଶ ଜେନାଙ୍କ ଜାମିନ ମାମଲା,
କଟକ,୧୪ା୫(ସକାଳଖବର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଡକ୍ଟର ଜଷ୍ଟିସ ଡି ପି ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୋମବାର ବ୍ରହ୍ମପୁର ବଡ଼ ବଜାର ଥାନା ଅଧିକାରୀ ସତ୍ୟପାଠ ଦାଖଲ କରିଛନ୍ତି । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଗ୍ରୀଷ୍ମ ଅବକାଶ ପରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ପୂର୍ବ ଶୁଣାଣି ସମୟରେ ଆବେଦନକାରୀଙ୍କ ନାଁରେ କେତେ ଅପରାଧିକ ମାମଲା ରହିଛି ସେ ନେଇ ସତ୍ୟପାଠ ଦାଖଲ ପାଇଁ ବ୍ରହ୍ମପୁର ବଡ଼ ବଜାର ଥାନା ଅଧିକାରୀଙ୍କୁ କୋର୍ଟ ନିଦେ୍ର୍ଧଶ ଦେଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ହିମାଂଶୁ ଶେଖର ମିଶ୍ର, ସରକାରଙ୍କ ପକ୍ଷରୁ ଏଜିଏ ଦିଲ୍ଲୀପ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି ।