ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କୁ ଜେଲ

Jun 26, 2018 - 17:25
 167
ବାରିପଦା:୨୬/୬ (ସକାଳଖବର): ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଡ଼ଃ. ଭି. ସୁଜାତା ଆଜି ଏକ ଯୌତୁକ ନିର୍ଯାତନା ସହିତ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଇଥିବା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କୁ ଦୋଷୀ ସାବ୍ୟସ୍ତ କରାଇ ଜେଲ ଓ ଜୋରିମାନାର ରାୟ ଶୁଣାଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଶାଳଗାଁ ଗ୍ରାମର ସ୍ୱାମୀ ବାବୁ ଓରଫ ଦିପାୟନ ସାହୁ(୨୯)ଙ୍କୁ ଭାରତୀୟ ପିଙ୍ଗଳ କୋଡ଼ ଧାରା ୪୯୮(ଏ), ୩୦୬ ଓ ୩୪ ଅନୁସାରେ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବା ସହିତ ତାଙ୍କ ବିରୋଧରେ ଲାଗୁ ହୋଇଥିବା ପ୍ରତ୍ୟେକ ଆଇପିସିରେ ୫ଶହ ଟଙ୍କା ଲେଖାଏଁ ମୋଟ ୧୫ଶହ ଟଙ୍କା ଅର୍ଥଦଣ୍ଡ ଏବଂ ଏହା ଅନାଦେୟ ହେଲେ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଦର୍ଶାଯାଇଛି । ସେହିପରି ଶ୍ୱଶୁର ଦେବବ୍ରତ ସାହୁ(୬୧) ଓ ଶାଶୁ ସଚିମଣି ଓରଫ ରଜନୀ ସାହୁଙ୍କୁ ୪୯୮(ଏ), ୩୦୬ ଓ ୩୪ ଆଇପିସି ଅନୁସାରେ ଏକ ବର୍ଷ ସଶ୍ରମ କାରାଦଣ୍ଡ ଓ ପ୍ରତ୍ୟେକ ଆଇପିସିରେ ୫ଶହ ଟଙ୍କା ଲେଖାଁଏ ମୋଟ ୧୫ଶହ ଟଙ୍କା ଅର୍ଥଦଣ୍ଡ ଏବଂ ଏହା ଅନାଦେୟ ହେଲେ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।