ଛତିଶଗଡରେ ପୋଲିସ-ନକ୍ସଲ ଏନକାଉଣ୍ଟର, ୩୦ ନକ୍ସଲ ନିହତ...

Oct 4, 2024 - 23:18
 26
ଛତିଶଗଡରେ ପୋଲିସ-ନକ୍ସଲ ଏନକାଉଣ୍ଟର, ୩୦ ନକ୍ସଲ ନିହତ...

ସକାଳ ଖବର :ନୂଆଦିଲ୍ଲୀ: ଛତିଶଗଡର ନକ୍ସଲ ପ୍ରଭାବିତ ନାରାୟଣପୁର ଏବଂ ଦାଣ୍ଟେୱାଡା ଜିଲ୍ଲା ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲ ମାନଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏବେ ସୁଦ୍ଧା ଏହି ଲଢେଇରେ ୩୦ ନକ୍ସଲ ନିହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ନାରାୟଣପୁର ଏବଂ ଦାଣ୍ଟେୱାଡା ସୀମାରେ ନକ୍ସଲ ମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ନକ୍ସଲ ବିରୋଧୀ ଅପରେସନ ପାଇଁ ସୁରକ୍ଷା ବାହିନୀ ପଠାଯାଇଛି।

ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ୩୦ ଜଣ ନକ୍ସଲଙ୍କୁ ହତ୍ୟା କରାଯାଇଛି, ସେମାନଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରୁ ବହୁ ସଂଖ୍ୟକ ଅସ୍ତ୍ର ଉଦ୍ଧାର କରାଯାଇଛି । ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି । ଦାଣ୍ଟେୱାଡା ଏସପି ଗୌରବ ରାୟ ଏହା ନିଶ୍ଚିତ କରିଛନ୍ତି । 

ସେ କହିଛନ୍ତି ଯେ ଅପରାହ୍ନ ପ୍ରାୟ ୧ ଟା ସମୟରେ ନକ୍ସଲ ମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା, ଏହି ସମୟରେ ସୁରକ୍ଷା ବାହିନୀ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସ