ମହିଳା ଏସୀୟ ଚମ୍ପିଆନ୍‍ସ ଟ୍ରଫି ହକି ଆରମ୍ଭ ଜାପାନକୁ ୪-୧ରେ ହରାଇଲା ଭାରତ

May 14, 2018 - 07:01
 150
ମହିଳା ଏସୀୟ ଚମ୍ପିଆନ୍‍ସ ଟ୍ରଫି ହକି ଆରମ୍ଭ ଜାପାନକୁ ୪-୧ରେ ହରାଇଲା ଭାରତ
ଡୋଘାଂଇ (କୋରିଆ) : ଦକ୍ଷିଣ କୋରିଆର ଡୋଘାଂଇଠାରେ ଆରମ୍ଭ ହୋଇଥିବା ୫ମ ମହିଳା ଏସୀୟ ଚମ୍ପିଆନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ଭାରତ ତାହାର ଅଭିଯାନ ଆରମ୍ଭ କରିଛି। ତାରକା ଫରୱାର୍ଡ ନବନୀତ୍‍ଙ୍କ ହ୍ୟାଟ୍ରିକ ବଳରେ ରବିବାର ଖେଳାଯାଇଥିବା ଏହି ଉଦ୍‍ଘାଟନୀ ମ୍ୟାଚରେ ଭାରତ ୪-୧ ଗୋଲରେ ଜାପାନକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଭାରତକୁ ୩ ପଏଣ୍ଟ ମିଳିଛି। ଆସନ୍ତା ୧୬ରେ ଭାରତ ତାହାର ଦ୍ୱିତୀୟ ମ୍ୟାଚରେ ଚୀନକୁ ଭେଟିବ। ଆକି ୟାମାଦା ଜାପାନ ପକ୍ଷରୁ ଗୋଟିଏ ଗୋଲ ପରିଶୋଧ କରିଥିଲେ। ନବନୀତ୍‍ ପ୍ଲେୟାର ଅଫ୍‍ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ରବିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ଆୟୋଜକ କୋରିଆ ୩-୧ ଗୋଲରେ ମାଲେସିଆକୁ ପରାସ୍ତ କରିଛି।