ମୋଦୀଙ୍କ ସଭାକୁ ଆସିବେନି ଦିଲୀପ, ବିଜୟ

May 26, 2018 - 06:22
 2697
ମୋଦୀଙ୍କ ସଭାକୁ ଆସିବେନି ଦିଲୀପ, ବିଜୟ
କଟକ, ୨୬/୫(ସକାଳଖବର): ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ଗସ୍ତରେ ଆସୁଛନ୍ତି । ଏଥିପାଇଁ ରାଜ୍ୟଶାଖା ବିଜେପି ବେଶ ଚଳଚଞ୍ଚଳ ହୋଇପଡ଼ିଛି । କଟକକୁ ପ୍ରଧାନମନ୍ତ୍ରୀ ଭାବେ ନୁହେଁ ବରଂ ବିଜେପିର ସର୍ବମାନ୍ୟ ନେତା ଭାବେ ମୋଦୀ ଗସ୍ତ କରୁଛନ୍ତି । ଏହି ଗସ୍ତ ଅବସରରେ ପୂର୍ବଭାରତ ଦଖଲର ଶିଳାନ୍ୟାସ ମୋଦୀ କରିବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ଅନୁଭବ କରୁଛନ୍ତି । ମୋଦୀଙ୍କ ଗସ୍ତ ସଫଳ କରିବା ପାଇଁ ଘନିଷ୍ଠ ଅନୁଗାମୀ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନରାତି ଏକାକାର କରିଦେଇଛନ୍ତି । ତେବେ ମୋଦୀଙ୍କ ବାଲିଯାତ୍ରା ସଭାରେ ଦଳର ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ର, ଦିଲୀପ ରାୟ ଯୋଗଦେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବିଜୟ ଓ ଦିଲୀପ ପୂର୍ବରୁ ଦଳରେ କୋଣଠେସା ହୋଇ ରହିଛନ୍ତି । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ରାଉରକେଲାରେ ସୁପର ସ୍ପେସାଲିଟି ଡ଼ାକ୍ତରଖାନା ପ୍ରତିଷ୍ଠାକୁ ନେଇ ଦିଲୀପ ବାବୁ ଦଳଠାରୁ ଦୂରେଇ ରହିଛନ୍ତି । ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ବିଜୟଙ୍କ ନିଜସ୍ୱ ବିଚାରଧାରା ଯୋଗୁଁ ସେ ଦଳରେ ଗୁରୁତ୍ୱ ହରାଇଛନ୍ତି । ସଭାକୁ ନଆସିବା କଥାକୁ ବିଜୟ ସ୍ୱୀକାର କରିବା ସହ ଏହାର କାରଣ ସାରା ଓଡ଼ିଶାବାସୀ ଜାଣନ୍ତି ବୋଲି କହିଛନ୍ତି ।