ବିଜେପି ପକ୍ଷରୁ ମହିଳା ସୁରକ୍ଷା ଯାତ୍ରା

May 22, 2018 - 16:10
 155
ବିଜେପି ପକ୍ଷରୁ ମହିଳା ସୁରକ୍ଷା ଯାତ୍ରା
ଭୁବନେଶ୍ୱର, ତା ୨୧/୦୫(ସକାଳଖବର) : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ଆଜି ତୃତୀୟ ଦିନରେ ପଂହଚିଛି । ରାଜ୍ୟରେ ନାରୀମାନଙ୍କୁ ସେମାନଙ୍କ ଅଧିକାର ସଂପର୍କରେ ଅବଗତ କରାଇବା ଏବଂ ନାରୀମାନଙ୍କ ସୁରକ୍ଷା ଦେବାରେ ରାଜ୍ୟସରକାରଙ୍କ ବିଫଳତା ପ୍ରସଙ୍ଗରେ ବିଜେପି ମହିଳାମୋର୍ଚ୍ଚା ଏହି ମହିଳା ସୁରକ୍ଷାଯାତ୍ରା ଆରମ୍ଭ କରିଛି । ମହିଳା ସୁରକ୍ଷାଯାତ୍ରାର ତୃତୀୟ ଦିନରେ ରାଜ୍ୟର ମହିଳାମାନେ ଯୋଗ ଦେଇ ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧ ପାଇଁ ରାଜ୍ୟସରକାରଙ୍କ ନୀତି କ’ଣ ରହିଛି ବୋଲି ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟର ସମସ୍ତ ବର୍ଗର ମହିଳାମାନେ ଏହି ସୁରକ୍ଷାଯାତ୍ରାକୁ ବିପୁଳ ସମର୍ଥନ ଦେଇଛନ୍ତି । ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବାରେ ରାଜ୍ୟସରକାର ସଂପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି । କେବଳ ହୀନ ରାଜନୀତି କରି ଶାସକ ବିଜେଡି ମହିଳାଙ୍କ ସୁରକ୍ଷାକୁ ଅଣଦେଖା କରୁଛି । ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଯୋଜନାରୁ ହିତାଧିକାରୀ ମହିଳାମାନଙ୍କୁ ବଂଚିତ କରାଯାଉଛି । ରାଜ୍ୟସରକାର କେବଳ ଶାସକ ବିଜେଡିକୁ ସମର୍ଥନ କରୁଥିବା ମହିଳାଙ୍କୁ ସମସ୍ତ ସୁବିଧା ଯୋଗାଇବା ଏବଂ ଅନ୍ୟ ଦଳକୁ ସମର୍ଥିତ କରୁଥିବା ମହିଳାଙ୍କୁ ଧମକ ଦେବା ସହ ପ୍ରାପ୍ୟ ଯୋଜନାରୁ ବଂଚିତ କରିବା ଭଳି କାର୍ଯ୍ୟ କରୁଛନ୍ତି । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଏହାକୁ ପ୍ରତିବାଦ କରିବା ସହ ମହିଳାଙ୍କ ଅଧିକାର ପାଇଁ ସୁରକ୍ଷା ଯାତ୍ରାକୁ ଆଗକୁ ନେଇ ଚାଲିଛି । ତୃତୀୟ ଦିନରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଭଦ୍ରକ ବାସୁଦେବପୁରଠାରେ ହଜାର ହଜାର ମହିଳାଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ପଦଯାତ୍ରା ମା୍ମମରେ ମହିଳାମାନେ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତିକୁ କଡା ସମାଲୋଚନା କରିଥିଲେ । ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଆଡ ସିମୁଳିଆରେ ପଥପ୍ରାନ୍ତ ସଭା ଓ ସଂ୍ମାରେ ଖଇରା ବଜାରଠାରେ ଏକ ସାଧାରଣ ସଭାରେ ଡ. ସାମନ୍ତସିଂହାର ଯୋଗ ଦେଇ ମହିଳା ବିରୋଧୀ ବିଜେଡି ସରକାରର ଅପାରଗତା ଓ ସ୍ଥାଣୁତା ସଂପର୍କରେ ମହିଳାମାନଙ୍କୁ ସଚେତନ କରାଇଥିଲେ । ଶାସକ ବିଜେଡିର ମା’କୁ ସମ୍ମାନର ନାରା ପ୍ରହସନରେ ପରିଣତ ହୋଇଛି । ରାଜ୍ୟସରକାର ମହିଳା ସୁରକ୍ଷା ନାମରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନାବାଳିକା ଏବଂ ମହିଳାମାନେ ଦୁଷ୍କର୍ମର ଶିକାର ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରୁଛନ୍ତି । ପୋଲିସ ଶାସକ ବିଜେଡିର ହାତବାରେସି ସାଜି କାର୍ଯ୍ୟ କରୁଛି । ରାଜ୍ୟରେ ନାରୀ ସୁରକ୍ଷା ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ କେଉଁ ମାପଦଣ୍ଡରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ପ୍ରଶାସକର ପୁରସ୍କାର ମିଳିଛି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ ଉଠାଇଛନ୍ତି । ତୃତୀୟ ଦିନରେ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ମହିଳା ଏକାଠି ହୋଇ ସମ୍ବଲପୁର ଜିଲ୍ଲା କୁଚିଣ୍ଡାଠାରେ ଏକ ସାଧାରଣ ସଭା କରିଥିଲେ । ପରେ ଅପରାହ୍ନରେ ଖଣ୍ଡୋକଂଟା, ବଇକିରାରେ ଏବଂ ଝାରସୁଗୁଡାରେ ପଥପ୍ରାନ୍ତ ସଭା ମା୍ମମରେ ମହିଳାମାନଙ୍କୁ ସଚେତନତା ବାର୍ତା ଦେଇଥିଲେ । ସାରା ରାଜ୍ୟରେ ଥିବା ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବି‘ଳତାକୁ ରାଜ୍ୟରେ ଏକ କୋଟି ପରିବାରରେ ପାଖରେ ପହଂଚାଇବା ପାଇଁ ଏହି ସୁରକ୍ଷାଯାତ୍ରାର ମୁଖ୍ୟ ଉଦେ୍ଧଶ୍ୟ ରହିଛି ।