ପୁରୀ ଠାରୁ ୧୦୨୦ କି.ମି ଦୂରରେ ରହିଛି ବାତ୍ୟା ଅସାନୀ

May 8, 2022 - 05:20
 54
ପୁରୀ ଠାରୁ ୧୦୨୦ କି.ମି ଦୂରରେ ରହିଛି ବାତ୍ୟା ଅସାନୀ
ଭୁବନେଶ୍ଵର : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଅସାନୀ। ଗଭୀର ଅବପାତ ପରେ ସୃଷ୍ଟି ହେଲା ବାତ୍ୟା। ଘଣ୍ଟା ପ୍ରତି ୧୬ କି.ମି ବେଗରେ ଗତି କରୁଛି ଅସାନୀ। ଏହା ପୁରୀ ଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ୧୦୨୦ କି.ମି ଦୂରରେ ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଭୀଷଣ ବାତ୍ୟାର ରୂପ ନେବ। ଉତ୍ତର ପଶ୍ଚିମକୁ ଗତି କରି ଭୀଷଣ ବାତ୍ୟାର ରୂପ ନେବ। ୧୦ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଞ୍ଚିବ। ତେବେ ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ୧୨ ତାରିଖ ସକାଳ ଯାଏଁ ବର୍ଷା ସମ୍ଭାବନା ରହିଛି। ୧୦ରେ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହେବ। ୧୧ ତାରିଖରେ ୫ ଜିଲ୍ଲା- ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ। ତେବେ ୯, ୧୦ ଓ ୧୧ ତାରିଖରେ ସମୂଦ୍ର ଅଶାନ୍ତ ରହିବ। ରାଜ୍ୟର ୪ଟି ବନ୍ଦର ପାଇଁ ୧ ନମ୍ଵର ବିପଦ ସଙ୍କେତ ଜାରି କରାଯାଇଛି। ଉପକୂଳ ଅଞ୍ଚଳରେ ୪୦ ରୁ ୫୦ କି.ମି ବେଗରେ ପବନ ବହିବ। ୧୧ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ବାତ୍ୟାର ପ୍ରଭାବ ରହିବ।