୨୨ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

May 22, 2018 - 16:03
 204
୨୨ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା
ଭୁବନେଶ୍ୱର, ୨୨/୫( ସକାଳଖବର) : ରାଜ୍ୟର ୨୨ ଜିଲ୍ଲାରେ କାଳବୈଶାଖୀର ଆଶଙ୍କା ରହିଛି । ଆସନ୍ତା ୨୬ ମଧ୍ୟରେ ୨୨ ଜିଲ୍ଳାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଘଡ଼ଘଡ଼ି ସହ ବର୍ଷା ହେବାର ଥିବାବେଳେ ୫୦ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ନୂଆପଡ଼ା, ନବରଙ୍ଗପୁର, ବରଗଡ଼, କଳାହାଣ୍ଡି, କୋରାପୁଟ, ମାଲକାନାଗିରି ଏବଂ ରାୟଗଡ଼ା ଜିଲ୍ଲାରେ ୬୦ରୁ ୭୦ କିଲୋମିଟର ବେଗରେ ଝଡ଼ବତାସ ହେବାର ସମ୍ଭାବନା ରହିଛି । ଅପରପକ୍ଷରେ କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାୟଗଡ଼ା, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ ଏବଂ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।