ଓଡ଼ିଶାର ସ୍ୱର୍ଣ୍ଣଲତା ଦଳେଇଙ୍କ ମାଉଂଟ୍ ଏଭରେଷ୍ଟ ଆରୋହଣ

May 22, 2018 - 16:15
 166
ଓଡ଼ିଶାର ସ୍ୱର୍ଣ୍ଣଲତା ଦଳେଇଙ୍କ ମାଉଂଟ୍ ଏଭରେଷ୍ଟ  ଆରୋହଣ
ଭୁବନେଶ୍ୱର, ୨୨/୫(ସକାଳକବର): ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗରର ୨୦ ବର୍ଷୀୟା ବାଳିକା କୁମାରୀ ସ୍ୱର୍ଣ୍ଣଲତା ଦଳେଇ ସଫଳତାର ସହିତ ମାଉଂଟ୍ ଏଭରେଷ୍ଟ୍ ଆରୋହଣ କରିଛନ୍ତି । ନିଜର ସାଥୀ ପର୍ବତାରୋହୀ ପୁନମ୍ ଓ ସନ୍ଦୀପ ତୋଲିୟାଙ୍କ ସହିତ ମିଶି ସେ ଏହି ସଫଳତା ପାଇଛନ୍ତି । ଏହି ମିସନ୍କୁ ଟାଟା ଷ୍ଟିଲ୍ ପ୍ରାୟୋଜିତ କରିଥିଲା ଓ ଏହାକୁ ଟାଟା ଷ୍ଟିଲ୍ ଆଡଭେଂଚର୍ ଫାଉଣ୍ଡେସନ୍ (ଟିଏସ୍ଏଏ‘୍) ପକ୍ଷରୁ ଆୟୋଜନ କରାଯା ଥିଲା । ଟିଏସ୍ଏଏଫ୍ର କ୍ୟାଡ୍ଟେମାନଙ୍କୁ ଅଭିନନ୍ଦନ ଜଣାଇ ଟାଟା ଷ୍ଟିଲ୍ର କର୍ପୋରେଟ୍ ସେବା ଉପସଭାପତି ସୁନୀଲ ଭାସ୍କରନ୍ କହିଛନ୍ତି ଯେ ଏହା ଏକ ଶ୍ରେଷ୍ଠ ସ‘ଳତା । ଟାଟା ଷ୍ଟିଲ୍ ତରଫରୁ ଆମେ ସେମାନଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟତା ପ୍ରଦାନ କରିଥିବାରୁ ଗର୍ବିତ ମନେ କରୁଛୁ । ଟିଏସ୍ଏଏଫ୍ ଏଭଳି ସ୍ୱତନ୍ତ୍ର ଉଦ୍ୟମ ଜରିଆରେ ଦେଶରେ ରୋମାଂଚ କ୍ରୀଡ଼ାକୁ ପ୍ରସାର କରିବା ଦିଗରେ କାମ ଜାରି ରଖିବ ।ଟିଏସ୍ଏଏଫ୍ ପକ୍ଷରୁ ନିୟମିତ ବ୍ୟବଧାନରେ ଟ୍ରେକିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେଥି ମଧ୍ୟରୁ ଏକ ବାର୍ଷିକ କାର୍ଯ୍ୟକ୍ରମ ହେଉଛି ମାଉଂଟ୍ ଏଭରେଷ୍ଟ ଆରୋହଣ । ୨୦୧୮ର ମିସନ୍ ଏଭଷ୍ଟେ୍ ପାଇଁ ସ୍ୱର୍ଣ୍ଣଲତା ଦଳେଇ, ପୁନମ୍ ଓ ସନ୍ଦୀପ ତୋଲିୟାଙ୍କୁ ବିଶିଷ୍ଟ ପର୍ବତାରୋହୀ ବଚ୍ଛେନ୍ଦ୍ରୀ ପାଲ୍ଙ୍କ ନେତୃତ୍ୱରେ ତାଲିମ ପ୍ରଦାନ କରାଯାଇଛି । ବଚ୍ଛେନ୍ଦ୍ରୀ ହେଉଛନ୍ତି ଆଡ୍ଭେଚଂର୍ କାଯ୍ୟକ୍ରମର ମୁଖ୍ୟ । ଫାଉଣ୍ଡେସନ୍ ତରଫରୁ ତାଙ୍କୁ ଏଥିପାଇଁ ଚୟନ କରାଯାଇଛି ।