ମୁଖ୍ୟ ବିଚାରପତି ଓ ପ୍ରଧାନ ବିଚାରପତିଙ୍କ କୁଶପୁତ୍ତଳିକା ଦାହ

Sep 28, 2018 - 19:18
 277
ଭୁବନେଶ୍ୱର, ୨୮/୯ (ସକାଳଖବର): ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ସତ୍ୱେ ଆଇନଜୀବୀଙ୍କ ଆନେ୍ଦାଳନ ଜାରୀ ରହିଛି । ଶୁକ୍ରବାର ହାଇକୋର୍ଟ ମୁଖ୍ୟ ଫାଟକରେ ଆଇନଜୀବୀମାନେ ତାଲା ପକାଇଛନ୍ତି । ଆନେ୍ଦାଳନରତ ଓକିଲମାନେ କୋର୍ଟ ପରିସରକୁ ବି·ରପତିଙ୍କୁ ଛାଡିନାହାଁନ୍ତି । ଏହାସହ ସୁପ୍ରିମ୍ କୋର୍ଟ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କୁଶପୁତଳିକା ମଧ୍ୟ ଦାହ କରିଛନ୍ତି । ଆଇନଜୀବୀଙ୍କୁ ମାଡ ମାରିଥିବା ଅଭିଯୁକ୍ତ ପୁଲିସ୍ଙ୍କୁ ଗିରଫ ଦାବିରେ ଓକିଲ ସଂଘ ଦୀର୍ଘ ଦିନ ଧରି କାର୍ଯ୍ୟବନ୍ଦ ଆନେ୍ଦାଳନ ଜାରୀ ରଖିଛି । ସୁପ୍ରିମକୋର୍ଟ ଏକପାଖିଆ ଭାବେ ନିଦେ୍ର୍ଧଶ ଦେଇଛନ୍ତି ବୋଲି ଓକିଲମାନେ ଅଭିଯୋଗ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ପରେ ପରବର୍ତୀ କାର୍ଯ୍ୟପନ୍ଥା ନେଇ ଆଜି ବୈଠକ ହେବାର ଥିଲା । ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୨୮ ତାରିଖରେ କଟକରେ ଜଣେ ଓକିଲଙ୍କୁ ପୁଲିସ୍ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଓକିଲମାନଙ୍କ ଆନେ୍ଦାଳନ ଯୋଗୁଁ ବିଚାର ବ୍ୟବସ୍ଥା , ରେଜିଷ୍ଟ୍ରେସନ୍ ଆଦି ବାଧାପ୍ରାପ୍ତ ହୋଇଛି । ତେଣୁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆନେ୍ଦାଳନରୁ ଓହରିବାକୁ ଗତକାଲି ଓକିଲଙ୍କୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଥିଲେ ।