ଅପରେସନ ‘ସୁନ୍ଦରୀ’ ଜାରି

Oct 26, 2018 - 16:00
 167
ଅପରେସନ ‘ସୁନ୍ଦରୀ’ ଜାରି
ଅନୁଗୋଳ, ୨୬/୧୦ (ସକାଳଖବର): ସାତକୋଶିଆ ଅଞ୍ଚଳରେ ଆତଙ୍କରାଜ ଚଳାଇ ଚାଲିଛି ବାଘୁଣୀ ସୁନ୍ଦରୀ । ଫଳରେ ସାତକୋଶିଆ ଅଧିବାସୀଙ୍କ ନିଦ ହଜିଯାଇଛି । ଆଉ କାମଧନ୍ଦା ଠପ ହୋଇ ପଡ଼ିଥିବାବେଳେ ସୁନ୍ଦରୀ ଭୟରେ ବାହାରି ପାରୁନାହାନ୍ତି ଅଧିବାସୀ । ଅପରପକ୍ଷେ ସୁନ୍ଦରୀକୁ ବାବୁ କରିବା ପାଇଁ ଟ୍ରାଙ୍କୁଲାଇଜ ଟିମ ଓ ବନ ବିଭାଗ ପକ୍ଷରୁ ଜୋରଦାର ପ୍ରୟାସ । ହେଲେ ସୁନ୍ଦରୀ ଧରା ଦେଉନି । ଅପରେଶନ ‘ସୁନ୍ଦରୀ’ ପ୍ରକ୍ରିୟା ତୃତୀୟ ଦିନରେ ପହଞ୍ଚôଛି । ଟ୍ରାଙ୍କୁଲାଇଜ ଟିମ ଓ ବନ ବିଭାଗ କର୍ମଚାରୀ ଦିନରାତି ଏକ କରି ଦେଇଛନ୍ତି । ସ୍ଥାନୀୟ ଲୋକ ମଧ୍ୟ ସହଯୋଗରେ ସଂପୂର୍ଣ୍ଣ ସହାୟତା ଦେଉଛନ୍ତି । ତଥାପି ଧରା ଦେଉନି ସୁନ୍ଦରୀ । ବାଘୁଣୀ ‘ସୁନ୍ଦରୀ’କୁ ଗୋଟିଏ ରାଉଣ୍ଡ ନିଶ୍ଚେତକ ଗୁଳି ମାରିଥିଲେ ଟ୍ରାଙ୍କୁଲାଇଜ ଟିମ । ହେଲେ ଲକ୍ଷ୍ୟଭେଦ କରି ପାରିନଥିଲା । ଯଦ୍ୱାରା ଚକ୍ମା ଦେଇ ଚାଲିଛି ସୁନ୍ଦରୀ । ଏ ଜଙ୍ଗଲରୁ ସେ ଜଙ୍ଗଲ ମାରୁଛି ଚମ୍ପଟ । ତେବେ ରେଡ଼ିଓକଲାର ସହାୟତାରେ ବାଘୁଣୀ ସୁନ୍ଦରୀ ଉପରେ ତୀକ୍ଷଣ ନଜର ରଖାଯାଇଛି । ପ୍ରଥମେ ଜଣେ ମହିଳା ତାପରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ଏକ ବଦଳ ଏବଂ ଶେଷରେ କୁକୁରକୁ ମାରି ଖାଇଥିବା ବାଘୁଣୀକୁ ନେଇ ସାରା ଅଞ୍ଚଳରେ ଏବେ ଭୟର ବାତାବରଣରେ ଦିନ କାଟୁଛନ୍ତି । କେବେ ବାଘୁଣୀ ବାକୁ ହେବ ତାହାକୁ ନେଇ ସାତକୋଶିଆବାସୀଙ୍କ ମଧ୍ୟରେ ଚାଲିଛି ଚର୍ଚ୍ଚା ଆଲୋଚନା