ବୈଜୟନ୍ତଙ୍କୁ ଧର୍ମେନ୍ଦ୍ର ଅଡୁଆ

Oct 24, 2018 - 19:23
 200
ବୈଜୟନ୍ତଙ୍କୁ ଧର୍ମେନ୍ଦ୍ର ଅଡୁଆ
ଭୁବନେଶ୍ୱର, ୨୪/୧୦ (ସକାଳଖବର) : ଅପମାନଜନକ ପରିସ୍ଥିତିରେ ବିଜେଡି ଛାଡିଥିବା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ଆଭିମୁଖ୍ୟ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ବିଜେପିରେ ମିଶିବେ ବୋଲି ତାଙ୍କ କାର୍ଯ୍ୟଶୈଳୀରୁ ସୂଚନା ମିଳୁଥିଲା । ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ବହୁ ଆଗଧାଡିର ନେତାଙ୍କ ସହିତ ଶ୍ରୀ ପଣ୍ଡାଙ୍କ ନିବିଡ ସଂପର୍କ ରହିଛି । ବିଜେପିରେ ମିଶିବା ପାଇଁ ଖୋଲା ଖୋଲି ଭାବେ ତାଙ୍କୁ କେହି ପ୍ରତିରୋଧ କରିବେ ନାହିଁ ଏକଥା ମଧ୍ୟ ସତ୍ୟ । ଅନ୍ୟପକ୍ଷରେ ପୂର୍ବ ଅନୁଭୂତି ଅନୁଯାୟୀ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଭଳି ନେତା ବିଜେପିକୁ ଯିବାପରେ ସେମାନଙ୍କୁ ଯେଭଳି ଦଳର କେନ୍ଦ୍ରୀୟ ନେତୃତ୍ୱ ଅଣଦେଖା କରୁଛନ୍ତି ବୈଜୟନ୍ତଙ୍କ କ୍ଷେତ୍ରରେ ଏଭଳି ଘଟିବାର ସ ମ୍ଭବନା ମଧ୍ୟ ରହିଛି । କିନ୍ତୁ ଯେଉଁ ରାଜନୈତିକ ଲକ୍ଷ୍ୟ ନେଇ ଶ୍ରୀ ପଣ୍ଡା ବିଜେପିକୁ ଯିବାକୁ ଚାହୁଁଛନ୍ତି ସେଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ହ୍ରାସ ପାଇବାର ଆଶଙ୍କା ଥିବାରୁ ସେ ଏଥିରେ କେଁ ପୁରାଉଥିବା କୁହାଯାଇଛି । ନିଜକୁ ରାଜ୍ୟ ବିଜେପିର ସର୍ବେସର୍ବା ବୋଲି ଉପସ୍ଥାପିତ କରୁଥିବା ଧର୍ମେନ୍ଦ୍ର ପ୍ରଧାନଙ୍କର ଦଳର କେନ୍ଦ୍ରୀୟ ନେତାଙ୍କ ନିକଟରେ ଯଥେଷ୍ଟ ଦବ୍ଦବ୍ା ରହିଛି । ତୃଣମୂଳ ସ୍ତରରେ ସମସ୍ତ କର୍ମୀ ଓ ବହୁ ନେତା ତାହାକୁ ଗ୍ରହଣ କରୁନଥିଲେ ମଧ୍ୟ ଦଳୀୟ ନିଷ୍ପତ୍ତି ଆଳରେ ମୁହଁରେ ତୁଣ୍ଡିବାନ୍ଧି ବସିଛନ୍ତି । ସେହିପରି ଦଳରେ ଶ୍ରୀ ପଣ୍ଡାଙ୍କ ଆଗମନକୁ ଧର୍ମେନ୍ଦ୍ରଙ୍କ କୋଟରୀ ଗୋଷ୍ଠୀ ସହଜରେ ହଜମ କରିପାରୁନାହାଁନ୍ତି । ବୈଜୟନ୍ତ ବିଜେପିକୁ ଆସିଲେ ଦଳରେ ଧର୍ମେନ୍ଦ୍ରଙ୍କ ଉପରେ କ୍ଷୁ୨ ଥିବା ବହୁ ବରିଷ୍ଠ ନେତା ତାଙ୍କୁ ସ୍ୱାଗତକରିବେ । ଧର୍ମେନ୍ଦ୍ରଙ୍କ ଉପରେ ପ୍ରତିଶୋଧ ନେବାପାଇଁ ସେମାନେ ବୈଜୟନ୍ତଙ୍କ ନେତୃତ୍ୱକୁ ଗ୍ରହଣ କରିଯିବାର ସ ମ୍ଭାବନା ମଧ୍ୟ ରହିଛି । ଆର୍ଥିକ ସ୍ୱଚ୍ଛଳତା ଓ ପ୍ରଭାବଶାଳୀ ଗଣମାଧ୍ୟମ ବୈଜୟନ୍ତଙ୍କ ନିକଟରେ ରହିଥିବାରୁ ପ୍ରଚାର ପ୍ରସାର କ୍ଷେତ୍ରରେ ଓ ଦଳୀୟ କର୍ମୀଙ୍କୁ ନିଜ ସପକ୍ଷରେ ନେବାରେ ତାଙ୍କୁ ବିଶେଷ ଅସୁବିଧା ହେବନାହିଁ । ସେ ଦଳରେ ଏକ ସନ୍ତାନ ଜନକ ପଦବୀ ଆଶା କରୁଥିବା କୁହାଯାଇଛି । ଅନ୍ତତଃ ପକ୍ଷେ ହଠାତ୍ ଦଳର ସଭାପତି ପଦବୀ ନହେଲେ ମଧ୍ୟ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ପଦ ସହିତ ପ୍ରାର୍ଥୀ ଚୟନରେ ତାଙ୍କ ପାଇଁ କେତେକ ସ୍ୱତବତା ଚାହୁଁଛନ୍ତି । ବିଜେପି ରାଜ୍ୟରେ ୧୨୦ମିଶନ ସ୍ୱପ୍ନ ଦେଖୁଥିବାବେଳେ ବିଜୁ ଜନତାଦଳ ଛାଡୁଥିବା ବରିଷ୍ଠ ନେତାମାନଙ୍କ ଉପରେ ଦଳରେ କେନ୍ଦ୍ରୀୟ ନେତୃତ୍ୱ ଆଖି ରଖିଛି । କିନ୍ତୁ ଧର୍ମେନ୍ଦ୍ରଙ୍କୁ ଯେଉଁ ଢଙ୍ଗରେ କେନ୍ଦ୍ରୀୟ ନେତାମାନେ ଗୁରୁତ୍ୱ ଦେଉଛନ୍ତି ତାହାକୁ ରାଜ୍ୟର ବହୁ ବରିଷ୍ଠ ବିଜେପି ନେତା ସହଜରେ ହଜମ କରିପାରୁନାହାଁନ୍ତି । ଚତୁର ଧର୍ମେନ୍ଦ୍ର ଦଳୀୟ ସଂଗଠନ ବୃଦ୍ଧିଲାଗି ବୈଜୟନ୍ତ ଓ ଅନ୍ୟ ବିଜେଡି ନେତାମାନେ ଆଗକୁ ଆସିଲେ ଖୁସି ବୋଲି ଉପର ଠାଉରିଆ ଭାବେ କହୁଥିବା ତାଙ୍କ ନିକଟତମ ମହଲରେ ଚର୍ଚ୍ଚା ହେଉଛି । କେନ୍ଦ୍ରୀୟ ନେତାଙ୍କ ଅକୁଣ୍ଠ ସମର୍ଥନ ଯୋଗୁଁ ବିଜୟ, ଦିଲ୍ଲୀପଙ୍କୁ ଦଳରେ ଏକଘରିଆ କରିବା, ଜୁଏଲ, ପ୍ରତାପ ଷଡଙ୍ଗୀ, ରୁଦ୍ରପାଣି ଓ କେ.ବି ସିଂହଦେଓଙ୍କ ଭଳି ନେତାଙ୍କ ମୁହଁ ବନ୍ଦ କରିବାରେ ଧର୍ମେନ୍ଦ୍ର ସକ୍ଷମ ହୋଇଛନ୍ତି । ବୈଜୟନ୍ତ ଦଳରେ ମିଶିଲେ ସଂପୃକ୍ତ ନେତାମାନେ ତାଙ୍କ ସପକ୍ଷରେ ଏକଜୁଟ ହୋଇଯିବାର ସ ମ୍ଭାବନା ଥିବା ଧର୍ମେନ୍ଦ୍ର ହୃଦୟଙ୍ଗମ କରିଛନ୍ତି । ତେଣୁ ବୈଜୟନ୍ତ ବିଜେପି ପାଇଁ ଲାଭଦାୟକ ହେଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ପାଇଁ ମଙ୍ଗଳଦାୟକ ନୁହଁନ୍ତି ବୋଲି ମନେକରି ଦଳରେ ତାଙ୍କ ଆଗମନ କ୍ଷେତ୍ରରେ କେଁ ପୁରାଉଥିବା ମନେ କରାଯାଉଛି