ଭାସିଗଲେ ଦୁଇ ଛାତ୍ର

Jul 27, 2019 - 07:30
 155
ବାଲେଶ୍ୱର, ୨୬/୭(ସକାଳଖବର): ମଧ୍ୟାହ୍ନ ଭୋଜନ ଖାଇ କେନାଲରେ ହାତ ଧୋଇବା ବେଳେ ଗୋଡ଼ ଖସିଯିବାରୁ ଦୁଇ ଜଣ ଛାତ୍ର ପାଣିରେ ବୁଡି ପ୍ରାଣ ହରାଇଛନ୍ତି । ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ରଟିଣା ହାଇସ୍କୁଲରେ । ଏହି ଖବର ପ୍ରଚାରିତ ହେବା ପରେ ବିଦ୍ୟାଳୟ ପରିସରରେ ଉତେଜନା ଦେଖାଦେଇଛି । ଉତ୍ୟକ୍ତ ଅବିଭାବକ ମାନେ ବିଦ୍ୟାଳୟ ପରିସରରେ ରଖାଯାଇଥିବା ପ୍ରଧାନ ଶିକ୍ଷକଙ୍କ କାର୍ ଭଙ୍ଗାରୁଜା କରିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତମାନ ସ୍କୁଲରେ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଖଇରା ତହସିଲଦାର ଓ ଅତିରିକ୍ତ ତହସିଲଦାର ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ନେଇ ଉଦ୍ୟମ ଜାରୀ ରଖିଛନ୍ତି । ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଧନଞ୍ଜୟ ଜେନା ଓ ରାଜେଶ ସାହୁ ମଧ୍ୟାହ୍ନ ଭୋଜନ ଖାଇ ହାତ ଧୋଇବାକୁ ପାଖ କେନାଲକୁ ଯାଇଥିଲେ । ହାତ ଧୋଇବା ବେଳେ ଗଭୀର ପାଣି ମଧ୍ୟକୁ ସେମାନଙ୍କ ଗୋଡ ଖସି ଯାଇଥିଲା । ଫଳରେ କେନାଲ ପାଣିରେ ଦୁଇ ଛାତ୍ର ଭାସି ଯାଇଥିଲେ । ସ୍କୁଲ କର୍ତୃପକ୍ଷ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି କେନାଲରୁ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଅବିଭାବକ ମାନେ ବିଦ୍ୟାଳୟରେ ପହଂଚି ହୋ ହାଲ୍ଲା କରିଥିଲେ ।