ଅନ୍ ଲାଇନ୍ ରେ ମହାପ୍ରସାଦ ବିକ୍ରୀ ଏକ ଗୁଜବ - ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Nov 17, 2018 - 12:27
 173
ଅନ୍ ଲାଇନ୍ ରେ ମହାପ୍ରସାଦ ବିକ୍ରୀ  ଏକ ଗୁଜବ - ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ,୧୬/୧୧ (ସକାଳଖବର): ଅନ୍ ଲାଇନ୍ ରେ ମହାପ୍ରସାଦ ବିକ୍ରୀ ନେଇ ଖବର ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ଏନେଇ ସ୍ପଷ୍ଟୀକରଣ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଏହା ଏକ ଗୁଜବ । ଜନସାଧାରଣ କୌଣସି ପ୍ରକାରେ ଏଥିରେ ପ୍ରଭାବିତ କିମ୍ବା ବିଭ୍ରାନ୍ତ ନହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । କାରଣ ପ୍ରଶାସନ ପକ୍ଷରୁ କୌଣସି ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷଙ୍କୁ ଅନ୍ ଲାଇନ୍ ରେ ମହାପ୍ରସାଦ ବିକ୍ରୀ ନିମନ୍ତେ ଅନୁମତି ଦିଆଯାଇନାହିଁ । ଅନ୍ୟପକ୍ଷରେ ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ ସଂସ୍ଥା ଓ ଭାଇରାଲ୍ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।