ବିଜେଡିର ମିଶ୍ରଣ ପର୍ବ ଓ କର୍ମୀ ସମାବେଶ
ଭଦ୍ରକ, ୨୦/୪(ସକାଳଖବର): ଧାମନଗର ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରଚାର କ୍ରମଶଃ ସରଗରମ ହେବାରେ ଲାଗିଛି । ଶାସକ ବିଜୁ ଜନତା ଦଳ ଓ ବିରୋଧୀ ବିଜେପି ତାର ପ୍ରଚାରକୁ ଯୋରଦାର କରିଥିବା ବେଳେ କଂଗ୍ରେସ ବି ପଛରେ ପଡିନାହିଁ । କଂଗ୍ରେସ ବାଇକ ଶୋଭାଯାତ୍ରା ସହିତ ଦଳୀୟ ପ୍ରାର୍ଥୀ ଘରଘର ବୁଲି ପ୍ରଚାର ଚଳାଇଛି । ଏଥିସହ ବିଶେଷକରି ବିଜେଡି ଓ ବିଜେପି ଦଳରେ ମିଶ୍ରଣ ପର୍ବ ବି ଥମୁନାହିଁ । ଆଜି ଭଗବାନପୁର ଓ ଭଟ୍ଟସାହି ପଂଚାୟତରେ ଭାରତୀୟ ଜନତା ପାର୍ଟିର କେତେକ ସମର୍ଥକ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଭଗବାନପୁର ପଂଚାୟତର ବିଜେପି ସମର୍ଥୀତ ସରପଂଚ ଥିବା ବେଳେ ତାଙ୍କର ନିଜର ଭାଇ ପ୍ରଦୀପ ପାତ୍ର ଓ ଅନ୍ୟ ୱାର୍ଡର ନରୋତମ ଦେ, ସଂଜୀବ ପଟ୍ଟନାୟକ, ବିଶ୍ୱନାଥ ସାହୁ, କପିଳ ବେହେରା ସମେତ ଅନ୍ୟମାନେ ଭାରତୀୟ ଜନତା ପାର୍ଟିକୁ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେହିପରି ଭଟ୍ଟସାହି ପଂଚାୟତର କେଦାର ସାହୁ, ଶ୍ରୀକାନ୍ତ ସାହୁ ଓ ନିରଂଜନ ସାହୁ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଦାସ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଏହି ମିଶ୍ରଣ ଫଳରେ ଉଭୟ ପଂଚାୟତରେ ବିଜେଡି ସ୍ଥିତି ସୁଦୃଢ ହେବ ବୋଲି ପ୍ରାର୍ଥୀ ଶ୍ରୀ ଦାସ ଆଶାବ୍ୟକ୍ତ କରିଛନ୍ତି । ଏହି ମିଶ୍ରଣ ପର୍ବରେ ଚନ୍ଦ୍ରମଣୀ ଉପାଧ୍ୟାୟ, ମାନସ ପାତ୍ର, ଅଭିମନୁ୍ୟ ସ୍ୱାଇଁ, ସୁଦିପ୍ତ ଖଟୁଆ, ଲକ୍ଷ୍ମୀଧର ପରିଡା, କାମଦେବ ଶଙ୍ଖୁଆ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଭଟ୍ଟସାହି ପଂଚାୟତ ଠାରେ ଦଳର ଏକ କର୍ମୀ ସମାବେଶ ହୋଇଯାଇଛି । ଏଥିରେ ଦଳୀୟ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ରଘୁନାଥ ଲେଙ୍କା, ଦୟାନିଧି ମିଶ୍ର, ହରେକୃଷ୍ଣ ପାଢୀ, ମହିଳା ବ୍ଲକ ସଭାନେତ୍ରୀ ସୁରତୀ ନାୟକ, ଚନ୍ଦ୍ରଶେଖର ଓଝା, ନାରାୟଣ ସାହୁ, ଉମାକାନ୍ତ ସାହୁ, ରଶ୍ମିରଂଜନ ବିଶ୍ୱାଳ, ସଂଜୟ ମହାପାତ୍ର, ଅନନ୍ତ ରାଉତ, ବିକ୍ରମ ରାଉତ, ଉଷାମଣି ଜେନା, ଦିପୁନା ପଣ୍ଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ଗଢିଆଳି ଓ ଅସୁରାଳି ପଞ୍ଚାୟତର ମଧ୍ୟ ଦଳର କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି ।