ପ୍ରଫୁଲ୍ଲ କରଙ୍କୁ ଦ୍ୱିତୀୟ ସିକନ୍ଦର ଆଲାମ ସ୍ମୃତି ପୁରସ୍କାର

Jul 27, 2019 - 07:32
 128
ଭୁବନେଶ୍ୱର,୨୬/୭(ସକାଳଖବର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ସଂଗୀତଜ୍ଞ ତଥା ସଂଗୀତ ନିଦେ୍ର୍ଧଶକ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙକୁ ଦ୍ୱିତୀୟ ସିକନ୍ଦର ଆଲାମ ସ୍ମୃତି ପୁରସ୍କାର ପ୍ରଦାନ କରିଛନ୍ତି । ଆଜି ସଚିବାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମଶ୍ରୀ ଶ୍ରୀ କରଙ୍କୁ ମାନପତ୍ର ଓ ଉତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ଏ ଅବସରରେ ଶ୍ରୀଯୁକ୍ତ କରଙ୍କୁ ଅଭିନନ୍ଦନ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ଓଡ଼ିଆ ସଂଗୀତ ଜଗତ ପ୍ରତି ତାଙ୍କ ଅବଦାଦର ଉଚ୍ଚ ପ୍ରଶଂସା କରିଥିଲେ । ସ୍ୱର୍ଗତ ଆଲାମଙ୍କର ଝିଅ ନାଜିଆ ଆଲାମ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ଯୋଗ୍ୟ ଯେ, ପ୍ରଥମ ସିକନ୍ଦର ଆଲାମ ସ୍ମୃତି ପୁରସ୍କାର ବିଶିଷ୍ଟ ସଂଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ, ସ୍ୱର୍ଗତ ଆଲାମଙ୍କର ପତ୍ନୀ, ଝିଅ ସୋଫିଆ ଆଲାମ ଓ ଉକ୍ରଳ ପ୍ରସଙ୍ଗର ସମ୍ପାଦକ ଲେନିନ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।