ମୁରାଦାବାଦରେ ପହଞ୍ଚିଲା ଦେଶର ପ୍ରଥମ ଇଞ୍ଜିନ୍ ବିହୀନ ରେଳଗାଡ଼ି ଟ୍ରେନ୍‌-୧୮

Nov 17, 2018 - 06:46
 222
ମୁରାଦାବାଦରେ ପହଞ୍ଚିଲା ଦେଶର ପ୍ରଥମ ଇଞ୍ଜିନ୍ ବିହୀନ ରେଳଗାଡ଼ି ଟ୍ରେନ୍‌-୧୮
ଲକ୍ଷ୍ନୌ: ଦିଲ୍ଲୀ ସଫଦରଜଙ୍ଗରୁ ଟ୍ରାଏଲ୍‌ ରନ୍ ପାଇଁ ଗଡ଼ିଥିବା ଦେଶର ପ୍ରଥମ ଇଞ୍ଜିନ୍ ବିହୀନ ରେଳଗାଡ଼ି ଟ୍ରେନ୍-୧୮ ଉତ୍ତରପ୍ରଦେଶ ମୁରାଦାବାଦ୍‌ରେ ପହଞ୍ଚିଛି। ଆର୍‌ଡିଏସ୍ଓ ଟିମ୍ ମଧ୍ୟ ଟ୍ରେନ୍ ସହ ରହିଛନ୍ତି। ମୁରାଦାବାଦ୍‌ରେ ଟ୍ରେନ୍ ପହଞ୍ଚିବା ପରେ ଏହାକୁ ଟିକ୍‌ନିକ୍ ଯାଞ୍ଚ କରାଯାଇଛି। ଏହାର ଗତି ଏବଂ ଯାନ୍ତ୍ରିକ ପରିସ୍ଥିତିକୁ ଯାଞ୍ଚ କରାଯାଇଛି। ଚେନ୍ନାଇ ଆଇସିଏଫ୍‌ରେ ନିର୍ମାଣ ହୋଇଥିବା ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଘଣ୍ଟାକୁ ୧୬୦ କିଲୋମିଟର୍ ବେଗରେ ଗତି କରୁଥିବା ଏହି ଟ୍ରେନ୍ ଶତାବ୍ବୀ ଏକ୍ସପ୍ରେସଠାରୁ ମଧ୍ୟ ଅଧିକ ବେଗରେ ଗତି କରିପାରିବ। ଏହାସହ ଟ୍ରେନ୍‌ରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଜ୍ଞାନ କୌଶଳ ରହିଛି। ଯାହା ଅନ୍ୟ ଟ୍ରେନ୍‌ଠୁ ଏହାକୁ ଭିନ୍ନ ଲୁକ୍ ଦେଇଛି। ଏହାସହ ଆରାମଦାୟକ ଯାତ୍ରା ପାଇଁ ଟ୍ରେ‌ନ୍‌ରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି। ତେବେ ପୂରା ଟ୍ରେନ୍‌ ସିସିଟିଭି ନଜରରେ ରହିବ।