ପୁଣି ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ

Nov 10, 2021 - 09:10
 90
ପୁଣି ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ
ଭବାନିପାଟଣା: ମମିତା ମେହେର ହତ୍ୟା ମାମଲାକୁ ମାସେ ପୂରିଥିଲେ ମଧ୍ୟ ଏଯାଏ କମିନି ଆନେ୍ଦାଳନ । ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆନେ୍ଦାଳନ ତୀବ୍ର କରୁଛନ୍ତି । ଶାସକ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ସହ କିଛି ନେତା ମାନଙ୍କ ଉପରେ ବିରୋଧୀ ମାନେ କଳା ପତାକା ପ୍ରଦର୍ଶନ କରିବା ସହ ଅଣ୍ଡମାଡ ଓ କୁଶପୁତ୍ତଳିକା ଦାହା କରୁଛନ୍ତି । ତେବେ ଆଜି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ, ତାଙ୍କ ଗାଡି ଉପରେ ଅଣ୍ଡାମାଡ ହୋଇଛି । ମମିତା ମୃତୁ୍ୟ ମାମଲାକୁ କେନ୍ଦ୍ର କରି କଂଗ୍ରେସ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ପ୍ରବଳ ବିରୋଧ କରି ତାଙ୍କ ଗାଡି ଉପରେ ଅଣ୍ଡମାଡ କରିବା ସହ ତାଙ୍କୁ କଳାପତାକା ପ୍ରଦର୍ଶନ କରିଛି । ଥୁଆମୂଳା, ରାମପୁର ତୁମେରପଦା ଗାଁ’ରେ ମନ୍ତ୍ରୀଙ୍କୁ ପ୍ରବଳ ବିରୋଧ କରାଯାଇଛି ।