ବାଘ ମୃତ୍ୟୁର ତଦନ୍ତ କରି ଫେରିଲା ଏନଟିସିଏ ଟିମ

Nov 17, 2018 - 17:54
 202
ବାଘ ମୃତ୍ୟୁର ତଦନ୍ତ କରି ଫେରିଲା ଏନଟିସିଏ ଟିମ
ଅନୁଗୋଳ, ୧୭/୧୧ (ସକାଳଖବର): ସାତକୋଶିଆ ଅଭୟାରଣ୍ୟର ବ୍ୟାଘ୍ର ପ୍ରକଳ୍ପରେ ମୃତ୍ୟୁ ବରଣ କରିଥିବା ମହାବଳ ମହାବୀର କାରଣ ଜାଣିବା ପାଇଁ ଏନଟିସିଏ ଟିମ ତଦନ୍ତ ଆରମ୍ଭ କରିଥିଲା । ଏହି ଟିମରେ ଏନଟିସିଏର ଆଇଜି ଅମିତ ମଲ୍ଲିକ ଓ ଡ଼ବ୍ଲୁଆଇଆଇର ନିଦେ୍ର୍ଧଶକ ଡ଼ଃ କେ.ରମେଶ ଗତ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ତଦନ୍ତ କରି ଫେରିଛନ୍ତି । ତଦନ୍ତକାରୀ ଟିମ ବାଘ ମୃତ୍ୟୁବରଣ କରିଥିବା ସ୍ଥାନ ଓ ପାରିପାଶ୍ୱିର୍କ ସ୍ଥିତି ସମେତ ଅଞ୍ଚଳର ଲୋକମାନଙ୍କ ସହିତ କିଛି ଆଲୋଚନା କରିଛନ୍ତି । ଆଜି ଏହି ଟିମ ତଦନ୍ତ କରି ଯାଇଥିବାବେଳେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହି ଟିମ ତଦନ୍ତରେ କଣ ସୂଚନା ପାଇଲେ ଓ ବାଘ ବଂଶ ବୃଦ୍ଧି ପାଇଁ ଏହି ପରିବେଶ ଅନୁକୂଳ କି ପ୍ରତିକୂଳ ତାହା ତାଙ୍କ ତଦନ୍ତ ରିପୋର୍ଟ ପରେ ଜଣାପଡ଼ିବ ବୋଲି ପରିବେଶବିତ୍ ମହଲରେ ଆଲୋଚନା ହେଉଛି । ଅପରପକ୍ଷେ ମହାବଳ ମହାବୀରର ମୃତ୍ୟୁକୁ ନେଇ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିଦେ୍ର୍ଧଶକ ଗଣମାଧ୍ୟମକୁ ସ୍ପଟିକରଣ ଦେଇଛନ୍ତି ଯେ, ବାଘ ପରିଚାଳନା କରିବାରେ କୌଣସି ତୃଟି ନାହିଁ ଓ ବନ ଅଧିକାରୀ ଓ କର୍ମଚାରୀମାନେ ସଠିକ ପରିଚାଳନା କରୁଥିଲେ । ବାଘର ଗତିବିଧି ଅବସ୍ଥିତିକୁ ୨୪ ଘଣ୍ଟିଆ ଟ୍ରାକିଙ୍ଗ ବ୍ୟବସ୍ଥା ମାଧ୍ୟମରେ ନିରୀକ୍ଷଣ କରାଯାଉଥିଲା । ମହାବଳ ବେକରେ କ୍ଷତ ଯୋଗୁଁ ସଂକ୍ରମଣର ଶିକାର ହୋଇ ମୃତ୍ୟୁ ହୋଇଥିବା ସନେ୍ଦହ କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସଠିକ କାରଣ ଜଣାପଡ଼ିବ ବୋଲି ସଫେଇ ଦେଇଛନ୍ତି । ସୂଚନା ଥାଉକି, ଗତ ଗୁରୁବାର ଦିନ ମହାବଳ ମହାବୀରର ମୃତ ଦେହକୁ ବ୍ୟବଚ୍ଛେଦ ସମୟରେ ବନ ବିଭାଗ ଘଟଣାସ୍ଥଳକୁ କାହାରିକୁ ଦେଖିବାର ସୁଯୋଗ ଦେଲାନି । ଏପରିକି ସ୍ଥାନୀୟ ପରିବେଶପ୍ରେମୀ କିମ୍ବା ଅଭିଜ୍ଞ ବ୍ୟକ୍ତି ବିଶେଷକୁ ମଧ୍ୟ ସାମିଲ କଲାନାହିଁ । ତେଣୁ ବନ ବିଭାଗର ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ମଧ୍ୟ ଅନେକ ସନେ୍ଦହ ସାଧାରଣରେ ସୃଷ୍ଟି ହେଉଛି । ଅପରପକ୍ଷେ ବନ ବିଭାଗ ଯଦି ସଠିକ ମନିଂଟରିଙ୍ଗ କରୁଥିଲା ତେବେ ବାଘର କ୍ଷତ ହେବା ପରେ ଅସ୍ୱାଭାବିକ ଆଚରଣ ବିଚରଣକୁ ଅନୁଧ୍ୟାନ କଲାନାହିଁ କାହିଁକି । ଆଉ ବାଘର କ୍ଷତ ସଂପର୍କରେ କାର୍ଯ୍ୟରତ ବନ କର୍ମଚାରୀ ଜାଣିପାରିଲେ ନାହିଁ କେମିତି । ପୁଣି ବ୍ୟାଘ୍ର ପ୍ରକଳ୍ପର ବହୁ ବିଶେଷଜ୍ଞ ଓ ଉଚ୍ଚମାନର ରେଡ଼ିଓକୋଲାର ଜିପିଏସ୍ ବ୍ୟବହାର କରାଯାଇଥିଲେ ମଧ୍ୟ ବାଘର ଗତିବିଧିକୁ ନୀରିକ୍ଷଣ କରାଯାଇ ପାରିଲା ନାହିଁ କାହିଁକି ଏଭଳି ଅନେକ ସନେ୍ଦହ ଘନିଭୂତ ହୋଇଛି ବନ ବିଭାଗ ଉପରେ । ବନ ବିଭାଗ ନିଜ ମୁଣ୍ଡରୁ ଦୋଷ ଚପାଇବା ପାଇଁ ସଦାସର୍ବଦା ପ୍ରୟାସ ଜାରି ରଖିଛି । ଏବଂ ଏଥିରେ ମଧ୍ୟ ସଫଳ ହେଉଛି । ଆଉ ସରକାରଙ୍କର କୋଟି କୋଟି ଟଙ୍କା ପାଣିରେ ପଡ଼ୁଛି । ତେଣୁ ବ୍ୟାଘ୍ର ପ୍ରକଳ୍ପର କେଉଁ ବାବଦରେ କେତେ ଟଙ୍କା ବ୍ୟୟ କରାଯାଇଛି ତାହାର ସମ୍ପୂର୍ଣ୍ଣ ପର୍ଦ୍ଧାଫାଶ କରାଯିବା ସହ ତଦନ୍ତ ରିପୋର୍ଟକୁ ନିରପେକ୍ଷ କରାଗଲେ ବନ ବିଭାଗର ଅସଲ ଚେହେରା ଜଣାପଡ଼ିଯିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।