ଲକ୍ଷାଧିକ ମୂଲ୍ୟର ମୂର୍ତ୍ତି ଲୁଟ
ଅନୁଗୋଳ, ୨୭/୧୧(ସକାଳଖବର): ପୁଣି ପୋଲିସକୁ ଖୋଲା ଚ୍ୟାଲେଞ୍ଜ କଲେ ଲୁଟେରା । ଗୋଟିଏ ପଟେ ପୋଲିସ ଏନ୍କାଉଣ୍ଟର କରି ଲୁଟେରା ମାନଙ୍କୁ ସାବାଡ଼ କରିବା ପାଇଁ ଉଦ୍ୟମ କରୁଥିବାବେଳେ ତଥାପି ଲୁଟେରାଙ୍କୁ ଭୟଭୀତ କରିପାରିନି ପୋଲିସ ଏନକାଉଣ୍ଟର । ଯାହାକି ଏକ ମନ୍ଦିରରୁ ୩ କିଲୋ ଓଜନର ସୁନା ଓ ଅଷ୍ଟଧାତୁ ମୂର୍ତ୍ତୀକୁ ଲୁଟି ନେବାରେ ସଫଳ ହୋଇଛନ୍ତି ଲୁଟେରା । ବାରମ୍ବାର ଚୋରୀ, ରାହାଜାନୀ, ଲୁଟ ନେଇ ପୋଲିସ ଅଣନିଶ୍ୱାସୀ ହୋଇପଡ଼ିଥିବା ବେଳେ ଲକ୍ଷାଧିକ ମୂଲ୍ୟର ମୂର୍ତ୍ତୀ ଉଦ୍ଧ୍ୱର୍ ମୂଲ୍ୟର ସୁନା ଓ ଅଷ୍ଟଧାତୁ ମୂର୍ତ୍ତୀ ଚୋରୀ କରି ଦୁର୍ବୃତ୍ତମାନେ ପୁଣି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ତେବେ ଆଜି ପୋଲିସର ସାଇଣ୍ଟିଫିକ ଟିମ, ସନ୍ଦାନୀ କୁକୁର ଘଟଣାସ୍ଥଳରେ ପହଞ୍ଚô ତାନାଘନା ଆରମ୍ଭ କରାଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ବଅଁରପାଳ ଥାନା ତଳମୂଳ ଶାସନସ୍ଥିତ ଭୋଳେଶ୍ୱର ମନ୍ଦିରରୁ ଲୁଟେରା ମାନେ ସୁନା ନିର୍ମିତ କନକ ଦୁର୍ଗାଙ୍କ ମୂର୍ତ୍ତି ଚୋରାଇ ନେଇଛନ୍ତି । ଏହି ମୂର୍ତ୍ତିର ମୂଲ୍ୟ ଅଢେ଼ଇ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି । ଏ ସଂପର୍କରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତନାଘନା ଚଳାଇଛି । ଗ୍ରାମର ପୁରୁଖା ଲୋକଙ୍କ କହିବାନୁଯାୟୀ, ରାଜା ଖାରବେଳଙ୍କ ଶାସନ କାଳରେ ତଳମୂଳ ଶାସନରେ ଭୋଳେଶ୍ୱର ମନ୍ଦିର ନିର୍ମିତ ହୋଇଥିଲା । ଏହି ମନ୍ଦିରରେ ରାଜାରାଜୁଡ଼ା ଅମଳରୁ ମହାଦେବଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଦେବୀ କନକଦୁର୍ଗା ପୂଜା ପାଇ ଆସୁଛନ୍ତି । କନକ ଦୁର୍ଗା ଉଗ୍ର ସ୍ୱଭାବର ହୋଇଥିବାରୁ ତାଙ୍କୁ ମନ୍ଦିର ଭିତରେ ଶିବ ଭଗବାନଙ୍କ ପଛ ପାଖରେ ହାଣ୍ଡିରେ ଘୋଡ଼ାଇ ରଖାଯାଇଥାଏ । କେବଳ ଦଶହରା ଯାତ୍ରା ସମୟରେ ଠାକୁରାଣୀ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ୩ କେଜି ଓଜନ ସୁନାରେ କନକ ଦୁର୍ଗା ମୂର୍ତ୍ତି ନିର୍ମିତ । ସକାଳେ ଭକ୍ତମାନେ ମନ୍ଦିରର ହାଣ୍ଡି ଉଠାଯାଇଥିବା ବେଳେ ଠାକୁରାଣୀଙ୍କ ବସ୍ତ୍ର ଏଣେତେଣେ ପଡ଼ିଥିବାର ଦେଖିବାକୁ ପାଇଥିଲେ । ଯାଞ୍ଚ କରିବା ପରେ ଠାକୁରାଣୀଙ୍କ ମୂର୍ତ୍ତି ସହ ତାଙ୍କ ସୁନାର ତ୍ରୀଶୁଳ, ସୁନାର ଚାନ୍ଦୁଆ ମନ୍ଦିର ଭିତରୁ ଚୋରି ହୋଇଯାଇଥିବା ଲୋକେ ଜାଣିବାକୁ ପାଇଲେ । ଏହି ଖବର ପ୍ରଚାରିତ ହେବା ପରେ ତଳମୂଳ ତ୍ଥା ଆଖପାଖ ଅଞ୍ଚଳରେ ତୀବ୍ର ପ୍ର୍ତିକ୍ରିୟା ପ୍ରକାଶ ପାଇଛି । ଗ୍ରାମ ସଭାପତି ନରେଶ ଚନ୍ଦ୍ର ନାଥ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଚଳାଇଛି ।