୪ର୍ଥ ସ୍ୱରାଜ ଗ୍ରାମୋଦ୍ୟୋଗ ହାଟ ଉଦ୍ୟାପିତ

Nov 27, 2018 - 17:40
 161
ଅନୁଗୋଳ, ୨୭/୧୧(ସକାଳଖବର): ଅନୁଗୋଳ ହାଇସ୍କୁଲ ପଡ଼ିଆରେ ୧୨ ଦିନ ଧରି ଚାଳିଥିବା ସ୍ୱରାଜ ଗ୍ରାମୋଦ୍ୟୋଗ ହାଟ ସୋମବାର ଉଦ୍ୟାପିତ ହୋଇଯାଇଛି । ଶେଷ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବେ ଜିଲା ସଂସ୍କୃତି ଓ କ୍ରୀଡ଼ା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ମୁଖ୍ୟବକ୍ତା ଭାବେ ସମାଜିକ କର୍ମୀ ଅରୁନ୍ଧତି ଦେବୀ, ପର୍ଶୁରାମ ଦାଶ ଓ ସୂର୍ଯ୍ୟନାରାୟଣ ନାଥ ଯୋଗ ଦେଇଥିଲେ । ହାଟରେ ଥିବା ଶଗଡ଼କୁ ଆଗାମୀ ବର୍ଷ ଯେପରି ଖୋଜିବାକୁ ନପଢେ଼ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ । ସେହିପରି ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଇଁ ହାଟରେ ହୋଇଥିବା ଫଟୋ ପ୍ରଦର୍ଶନୀ ଓ ବାପୁ କୁଟୀର ଲୋକଙ୍କ ମନ କିଣିଥିବା ଜିଲା ସଂସ୍କୃତି ଓ କ୍ରୀଡ଼ା ଅଧିକାରୀ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଅରୁନ୍ଧତୀ ଦେବୀ ଗାଁ ବିଲୋପ ହେଲେ ଦେଶ ବିଲୋପ ହେବ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅନୁଗୋଳରେ ଏହି କାର୍ଯ୍ୟକ୍ରମ ପାଇଁ ସଂଯୋଜକ ଆଦ୍ୟାଶ୍ଳୋକ ମିଶ୍ରଙ୍କୁ ସମସ୍ତ ଅତିଥି ସାଧୁବାଦ ଜଣାଯାଇଥିଲେ । ହାଟ ସଦସ୍ୟ ନିରୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।