ନେତାଜୀ କ୍ଲବ ପକ୍ଷରୁ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ

Aug 17, 2018 - 18:52
 333
ନେତାଜୀ କ୍ଲବ ପକ୍ଷରୁ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ
ଅନୁଗୋଳ,୧୭/୮ (ସକାଳଖବର): ଅନୁଗୋଳ ହୁଲୁରୁସିଂହାସ୍ଥିତ ନେତାଜୀ କ୍ଲବ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଆଜି ପୂର୍ବାହ୍ନ ୧୦ ଘଟିକା ବେଳେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । କ୍ଲôବ ସଭାପତି ନିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ବାଜପେୟୀ ଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି କ୍ଲବ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଏହି ଶୋକ ସଭାରେ ଡ଼ାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସମେତ ଭବାନୀ ଶଙ୍କର ପ୍ରଧାନ, ପ୍ରକାଶ ଚନ୍ଦ୍ର ପ୍ରଧାନ, କୈଳାସ ଚନ୍ଦ୍ର ପ୍ରଧାନ, ନିଳାଞ୍ଚଳ ପ୍ରଧାନ, ଦୀପକ ପ୍ରଧାନଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରି ଦିବଂଗତ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଡ଼ାକ୍ତର ଶ୍ରୀ ପ୍ରଧାନ ସ୍ୱର୍ଗତ ବାଜପେୟୀ ଜୀଙ୍କ ସ୍ମୃତି ଚାରଣ କରିବା ସହ ଆମ ଦେଶ ପାଇଁ ତାଙ୍କର ଅବଦାନ ଅତୁଳନୀୟ ଏବଂ ଆମ ଦେଶ ଜଣେ ଦକ୍ଷ ଶାସକକୁ ହରାଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । ଏହି ପରିପେକ୍ଷୀରେ କ୍ଲବ ପକ୍ଷରୁ ତ୍ରିରଙ୍ଗା ପତାକାକୁ ଅର୍ଦ୍ଧନମିତ କରାଯିବା ସହ ସାତ ଦିନ ପର୍ଯ୍ୟନ୍ତ ଶୋକ ପାଳନ କରାଯିବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ।