ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ପରେ ନିରାଶ୍ରୟା ବୃଦ୍ଧାଙ୍କୁ ମିଳିବ ଘର
ବାରିପଦା, ୨୭, ୧୧(ସକାଳଖବର): ମୟୂରଭଞ୍ଜ ଜିଲ୍ଲାର ବାରିପଦା ପୌରପରିଷଦ ଅର୍ନ୍ତଗତ ୱାର୍ଡ ନଂ-୧୮ ଭଞ୍ଜପୁର-ମୁର୍ଗାବାଡ଼ିଛକ ରାସ୍ତା ପାଶ୍ୱର୍ ଏକ ଗୁମୁଟି(ଦୋକାନ) ତଳେ ପଲିଥିନ ଘେର ମଧ୍ୟରେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ବସବାସ କରିଆସୁଥିବା ଜ୍ୟୋସ୍ନା ମୁଖୀ ନାମକ ନିରାଶ୍ରୟା ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥାଶୀଘ୍ର ଏକ ସ୍ଥାୟୀ ବାସଗୃହ ଯୋଗାଇ ବେବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ ଚିଠି ନମ୍ବର ୨୫୪୪ ତା ୨୦/୧୧/୧୮ରେ ନିଦେ୍ର୍ଧଶ ଦେଇଥିବାର ଜଣାପଡ଼ିଛି । ଫଳରେ ନିରାଶ୍ରୟା ବିଧବା ମହିଳା ଓ ତାଙ୍କର ଏକମାତ୍ର ପୁଅର ମୁହଁରେ ମୁଖ୍ୟମନ୍ତ୍ରୀ ହସଫୁଟାଇ ପାରିଥିବାରୁ ବାରିପଦା ପୌରପରିଷଦ ଉପନଗରପାଳ ଜିତେନ୍ଦ୍ର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସୂଚନା ଯୋଗ୍ୟ ଯେ, ମୋରଡ଼ା ଅଂଚଳର ସୃଷ୍ଟିଧର ମୁଖୀ ଆଜକୁ ପ୍ରାୟ ୪୦/୪୫ ବର୍ଷ ପୂର୍ବେ ନିଜର ପରିବାରରକୁ ଚଳାଇବା ନିମନ୍ତେ ବାରିପଦା ସହରକୁ ସ୍ତ୍ରୀ ଜ୍ୟୋତ୍ସ୍ନାକୁ ଧରି ଆସି ରିକ୍ସା ଟାଣିବା କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ମୁଣ୍ଡଗୁଞ୍ଜିବା ନିମନ୍ତେ ରେଳବାଇର ପତିତ ଜମି ଉପରେ ଝାଟିମାଟିର ଘରଟିଏ ତିଆରି କରିଥିଲା । ପରବର୍ତି ସମୟରେ ରେଳ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନରେ ସୃଷ୍ଟିଧରକୁ ତା’ର ବାସସ୍ଥାନକୁ ହରାଇବାକୁ ପଡ଼ିଥିଲା ଓ ସେହି ଦିନଠାରୁ ଏକ ପାନ ଦୋକାନ(ଗୁମୁଟି)ର ତଳକୁ ନିଜର ବାସସ୍ଥାନ ଭାବେ ବାଛି ନେଇଥିଲା । ଗତ ଦୁର୍ଗାପୂଜାର ବେଲାଧିବାସ ସମୟରେ ସୃଷ୍ଟିଧରର ମୃତୁ୍ୟ ହୋଇଥିଲା । ଗତ ଅକ୍ଟୋବର ୨୬ରେ ବାରିପଦା ଉପନଗରପାଳ ଶ୍ରୀମହାନ୍ତିଙ୍କ ନଜରକୁ ନିରାଶ୍ରୟା ବିଧବା ମହିଳା ଓ ତା’ର ଏକ ମାତ୍ର ପୁଅ ଜୀବନ ମୁଖୀର ଦୁଃଖଦୁର୍ଦ୍ଧଶା ଆସିବା ପରେ ତାଙ୍କ ପ୍ରତି ସହାୟତାର ହାତବଢ଼ାଇ ନିରାଶ୍ରୟ ଆଶ୍ରୟସ୍ଥଳୀରେ ରହିବା ଓ ଖାଇବା ଆଦିର ବ୍ୟବସ୍ଥା କରାଇଦେଇଥିଲେ । ଏହି ଖବର ବିଭିନ୍ନ ବୈଦୁ୍ୟତିକ, ଛପା, ସାମାଜିକ ଗଣମାଧ୍ୟମ ସହିତ ଟୁଇଟରରେ ସେହି ସମୟରେ ପ୍ରକାଶ ପାଇଥିଲା । ମାତ୍ର ଜ୍ୟୋତ୍ନାଙ୍କ ପୁଅ ଜୀବନ ଏକସ୍ଥାୟୀ ବାସଗୃହ ସହିତ ତାଙ୍କ ମାଙ୍କୁ ବିଧବା ଭତା ଆଦି ଦାବି କରିଥିଲେ । ପ୍ରକାଶିତ ଖବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନଜରକୁ ଆସିବା ପରେ ତୁରନ୍ତ ସମ୍ପୃକ୍ତ ବୃଦ୍ଧାଙ୍କୁ ଏକ ଘର ଯୋଗାଇଦେବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଏକ ନିଦେ୍ର୍ଧଶନାମା ଜାରି କରିଛନ୍ତି । ପ୍ରଥମେ ଏହି ବିଧବା ବୃଦ୍ଧା ମହିଳା ଜ୍ୟୋତ୍ସ୍ନାଙ୍କୁ ଏକ ରେସନ କାର୍ଡ ଯୋଗାଇ ଦିଆଯିବ । ତତସହିତ ସର୍ଭେକରି ତାଙ୍କୁ ଲ୍ୟାଣ୍ଡ ରାଇଟସ୍ ସାର୍ଟିଫିକେଟ ପ୍ରଦାନ କରାଯିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ ଲକ୍ଷ ଟଙ୍କା ମୂଲ୍ୟର ଏକ ସ୍ଥାୟୀ ପକ୍କା ବାସଗୃହ ଯୋଗାଇ ଦିଆଯିବା ନିମନ୍ତେ ଆଦେଶନାମାରେ ଉଲ୍ଲେଖ କରାଯାଇଛି । ଏହି ଖୁସି ଖବର ପାଇବା ପରେ ନିରାଶ୍ରୟା ବିଧବା ବୃଦ୍ଧା ଜ୍ୟୋତ୍ସ୍ନା ମୁଖୀଙ୍କ ଆଖିରେ ଆନନ୍ଦାଶ୍ରୁ ଦେଖା ଦେବା ସହିତ ମୁଖ୍ୟମନ୍ତ୍ରୀ ନବୀନଙ୍କ ଉପରେ ଶୁଭଆର୍ଶୀବାଦର ପାହାଡ଼ ଅଜାଡ଼ି ଦେଇଥିଲେ ।