ମହାନଦୀ ପରେ ତୈଳଦର ଅଣାୟତ ପ୍ରସଙ୍ଗରେ କେନ୍ଦ୍ରକୁ ଦାୟୀ କଲା ବିଜେଡି ୨୮ରେ ରାଜଭବନ ସାମ୍ନାରେ ଧାରଣା ଓ ବିକ୍ଷୋଭ, ୨୮ରୁ ୩୦ ତାରିଖ ପର୍ୟ୍ୟନ୍ତ ସବୁ ବ୍ଲକ୍‌ରେ ବିକ୍ଷୋଭ

May 24, 2018 - 05:47
 163
ମହାନଦୀ ପରେ  ତୈଳଦର ଅଣାୟତ ପ୍ରସଙ୍ଗରେ କେନ୍ଦ୍ରକୁ ଦାୟୀ କଲା ବିଜେଡି ୨୮ରେ ରାଜଭବନ ସାମ୍ନାରେ ଧାରଣା ଓ ବିକ୍ଷୋଭ, ୨୮ରୁ ୩୦ ତାରିଖ ପର୍ୟ୍ୟନ୍ତ ସବୁ ବ୍ଲକ୍‌ରେ ବିକ୍ଷୋଭ
ଭୁବନେଶ୍ୱର,୨୩/୫/୨୦୧୮: ଦେଶରେ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ଅଣାୟତ ହୋଇପଡ଼ିଛି । ଏହା ଗ୍ରାହକଙ୍କ ପକେଟ୍ ଉପରେ ବଡ଼ ଧରଣର ପ୍ରଭାବ ପକାଇଛି । ଏଭଳି ଅହେତୁକ ଦରବୃଦ୍ଧି ଯୋଗୁ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଛନ୍ତି । ଓଡ଼ିଶାରେ ଆଜି ଡ଼ିଜେଲର ଲିଟର ପିଛା ଦର ୭୩.୨୬ ଟଙ୍କାରେ ପହଞ୍ଚôଥିବା ବେଳେ ପେଟ୍ରୋଲର ଲିଟର ପିଛା ଦର ୭୫.୯୮ ଟଙ୍କାରେ ପହଞ୍ଚିଛି । ଫଳରେ ·ଷୀଙ୍କଠାରୁ ଆରମ୍ଭ କରି ସାଧାରଣ ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଦରବୃଦ୍ଧିର ପ୍ରଭାବ ପଡ଼ିଛି । ବାରଙ୍କାର ତୈଳଦର ବୃଦ୍ଧି ଯୋଗୁ ନିତ୍ୟବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢି·ଲିଛି । ୨୦୧୪ ମସିହାରେ କେନ୍ଦ୍ରରେ ଏନ୍ଡ଼ିଏ ସରକାର ଶାସନ ଭାର ଗ୍ରହଣ କଲା ବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଆଶାତୀତ ଭାବେ କମୁଥିଲା । ସେତେବେଳେ ଆଶା କରାଯାଉଥିଲା ଯେ, ଏହି ସ୍ଥିତିର ଫାଇଦା ସାଧାରଣ ଖାଉଟିଙ୍କ ପାଖରେ ପହଞ୍ଚିବ କିନ୍ତୁ ଏହା ହେଲା ନାହିଁ । ଓଲଟି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବୃଦ୍ଧି କରି ଲୋକମାନଙ୍କୁ ନ୍ୟାଯ୍ୟ ସୁବିଧାରୁ ବଞ୍ଚିତ କଲେ । ଏହି ଜନତା ଶୋଷଣ ମାନସିକତା ଏବେ ମଧ୍ୟ ବଳବତ୍ତର ରହିଛି ଏବଂ ସାଧାରଣ ଲୋକଙ୍କ ତଣ୍ଟି ଚିପି କେନ୍ଦ୍ର ସରକାର ଏହି କ୍ଷେତ୍ରକୁ ଆୟର ପ୍ରମୁଖ ଉତ୍ସ ଭାବେ ବ୍ୟବହାର କରୁଛନ୍ତି । ଏହା ଅର୍ଥନୈତିକ ଦୂରଦୃଷ୍ଟିହୀନତାର ପରି·ୟକ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୪ ଜୁଲାଇ ୧୦ରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ପ୍ରତି ଲିଟର ପେଟ୍ରୋଲ ଉପରେ ୯ ଟଙ୍କା ୨୦ ପଇସା ଥିଲା । ଏହା ୨୦୧୮ ପେବୃୟାରୀ ୨ରେ ୧୧୦ ପ୍ରତିଶତ ବୃଦ୍ଧି ପାଇଁ ୧୯ ଟଙ୍କା ୪୮ ପଇସାରେ ପହଞ୍ଚିଲା । ସେହିପରି ଡ଼ିଜେଲ ଉପରେ ଉତ୍ପାଦ ଶୁକ୍ଳ ୨୦୧୪ ଜୁଲାଇ ୧୦ରେ ଲିଟର ପିଛା ୩ ଟଙ୍କା ୪୬ ପଇସା ଥିବା ବେଳେ ୨୦୧୮ ଫେବୃୟାରୀ ୨ରେ ୩୫୦ ପ୍ରତିଶତ ବୃଦ୍ଧି ପାଇ ୧୫ ଟଙ୍କା ୩୩ ପଇସାରେ ପହଞ୍ଚିଲା । ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ତୈଳ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ଦାୟୀ । କେନ୍ଦ୍ର ସରକାରଙ୍କ ଦ୍ୱାରା ଆଦାୟ ହେଉଥିବା ବହିଃଶୁଳ୍କ ଉଭୟ ପେଟ୍ରୋଲ ଓ ଡ଼ିଜେଲ ଉପରେ ୨.୫ ପ୍ରତିଶତ ଥିବା ବେଳେ ପ୍ରତି ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ଉପରେ ମଧ୍ୟ କେନ୍ଦ୍ର ସରକାର ୫୦ଟଙ୍କା ରାଷ୍ଟ୍ରୀୟ ଆକସ୍ମିକ ବିପର୍ଯ୍ୟୟ ଶୁଳ୍କ ବାବଦରେ ନେଉଛନ୍ତି । ତୈଳ କ୍ଷେତ୍ରରେ ଜାତୀୟ ରାଜସ୍ୱ ୨୦୧୩-୧୪ରେ ୮୮ହଜାର ୬ଶହ କୋଟି ଟଙ୍କା ଥିବା ବେଳେ ଏହା ୨୮୫ ପ୍ରତିଶତ ବୃଦ୍ଧି ପାଇ ୨୦୧୬-୧୭ରେ ୨,୫୩,୨୫୪ କୋଟି ଟଙ୍କାରେ ପହଞ୍ଚିଥିଲା । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ଟିକସ ଜାଲରେ ଫସାଇ ହନ୍ତସନ୍ତ କରାଉଛନ୍ତି । ପେଟ୍ରୋଲ ଦର ୨୦୧୬ ମାର୍ଚ୍ଚ ୧ରେ ଲିଟର ପିଛା ୫୬ଟଙ୍କା ୬୧ ପଇସା ଥିବା ବେଳେ ତାହା ୧୯ ଟଙ୍କା ୩୭ ପଇସା ବୃଦ୍ଧି ପାଇ ଆଜିର ଦିନରେ ୭୫.୯୮ ଟଙ୍କାରେ ପହଞ୍ଚିଛି । ସେହିପରି ଡ଼ିଜେଲ ଦର ୨୦୧୬ ମାର୍ଚ୍ଚ ୧ରେ ଲିଟର ପିଛା ୪୬ ଟଙ୍କା ୪୩ ପଇସା ଥିବା ବେଳେ ଏହା ୨୬ ଟଙ୍କା ୮୩ ପଇସା ବୃଦ୍ଧି ପାଇ ୭୩ ଟଙ୍କା ୨୬ ପଇସାରେ ପହଞ୍ଚିଛି । ଦରବୃଦ୍ଧି ପଛରେ ବିଶେଷ କୌଣସି ଯୁକ୍ତି ନାହିଁ ଏବଂ କେନ୍ଦ୍ର ସରକାର ଏହି କ୍ଷେତ୍ରରୁ ଅତ୍ୟଧିକ ରାଜସ୍ୱ ଆଦାୟ କରିବା ଲକ୍ଷ୍ୟ ହିଁ ଏହାର ମୂଳ କାରଣ । ୨୦୧୫ ଜୁଲାଇ ୩୧ରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୪୯.୬୪ଡ଼ଲାର ଥିବା ବେଳେ ଦେଶରେ ପେଟ୍ରୋଲ ଓ ଡ଼ିଜେଲ ଲିଟର ପିଛା ଯଥାକ୍ରମେ ୬୪.୪୭ ଟଙ୍କା ଓ ୪୬.୧୨ଟଙ୍କା ଥିଲା । ସେହିପରି ୨୦୧୬ ଜାନୁୟାରୀ ୧୯ରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୨୮.୮୪ ଡଲାରକୁ ଖସିଯାଇଥିଲା, କିନ୍ତୁ ଏହି ଦର ହ୍ରାସର ସୁଫଳରୁ କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ବଞ୍ଚିତ କରିଥିଲେ । ଆନୁପାତିକ ଭାବେ ପେଟ୍ରୋଲ ଓ ଡ଼ିଜେଲ ଦର ହ୍ରାସ ପାଇଲା ନାହିଁ । ୨୦୧୬ ଜାନୁୟାରୀ ୧୯ରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦର ୫୯.୯୯ ଟଙ୍କା ଓ ୪୪.୭୧ ଟଙ୍କା ରହିଥିଲା । ଆଜି ପେଟ୍ରୋଲ ଦର ୭୫.୯୮ ଟଙ୍କା ଓ ଡ଼ିଜେଲ ଦର ଲିଟର ପିଛା ୭୩.୨୬ ଟଙ୍କାରେ ପହଞ୍ଚିଛି । ଯେତେବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି, ସେତେବେଳେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କକୁ କମାଇବା ପରିବର୍ତ୍ତେ ୯ ଥର ବୃଦ୍ଧି କରିଛନ୍ତି । ଖାଉଟିଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଏହା ଅପରିଣାମଦର୍ଶୀ ପଦକ୍ଷେପ ନୁହେଁ କି ? କେନ୍ଦ୍ର ସରକାର ନିଜେ ଉତ୍ପାଦ ଶୁଳ୍କ ବଢାଇ ଦର ବୃଦ୍ଧିର ଅନ୍ୟ ଏକ କାରଣ ପାଲଟିଥିବା ବେଳେ ଓଲଟି ରାଜ୍ୟ ସରକାରଙ୍କୁ ଭାଟ୍ ହ୍ରାସ ପାଇଁ ପରାମର୍ଶ ଦେଉଛନ୍ତି । ଓଡ଼ିଶାରେ ତୈଳ ଉପରେ ଭାଟ୍ ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ୍ ରହିଛି । ୨୦୧୮ ମାର୍ଚ୍ଚରୁ ମହାରାଷ୍ଟ୍ରର ବିଜେପି ସରକାର ପେଟ୍ରୋଲ ଉପରେ ୨୬ ପ୍ରତିଶତ ଭାଟ୍ ସହିତ ଲିଟର ପିଛା ୯ ଟଙ୍କା ଅତିରିକ୍ତ ଶୁଳ୍କ ଆଦାୟ କରୁଛନ୍ତି । ଆସାମର ବିଜେପି ସରକାର ପେଟ୍ରୋଲ ଉପରେ ଭାଟ୍ ୩୨.୬୬ ପ୍ରତିଶତ ଆଦାୟ କରୁଥିବା ବେଳେ ରାଜସ୍ଥାନର ବିଜେପି ସରକାର ୩୦ ପ୍ରତିଶତ ଭାଟ୍ ସହିତ ପ୍ରତି ୧୦୦୦ ଲିଟର ପିଛା ୧୫୦୦ ଟଙ୍କା ରାସ୍ତା ଉନ୍ନତିକରଣ ସେସ୍ ନେଉଛନ୍ତି । ସେହି ତୁଳନାରେ ଓଡ଼ିଶାରେ ୨୬ ପ୍ରତିଶତ ଭାଟ୍ ଆଦାୟ କରାଯାଉଥିବା ବେଳେ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରାଯାଉନାହିିଁ । ଯାହା ଅନ୍ୟମାନଙ୍କ ତୁଳନାରେ କମ୍ ।