କଟକ ଜିଲ୍ଲା ପରିଷଦ ବୈଠକ

Jun 22, 2018 - 19:08
 168
କଟକ ଜିଲ୍ଲା ପରିଷଦ ବୈଠକ
କଟକ ତା ୨୨.୬.(ସକାଳଖବର) ଆଜି ପୂର୍ବାହ୍ନରେ କଟକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ କଟକ ଜିଲ୍ଲା ପରିଷଦର ୪ର୍ଥ ବୈ÷ଠକ ଜିଲ୍ଲା ପରିଷଦର ସଭାପତି ଶ୍ରୀମତୀ ଜ୍ୟୋତିରେଖା ନାୟକଙ୍କ ଅ୍ମକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈ÷ଠକରେ ଜିଲ୍ଲାର ସାଧାରଣ ବଣ୍ଟନ ଓ ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ସଂପର୍କରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ଏ ଦିଗରେ ସେସୁ କର୍ତୃପକ୍ଷ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ସାଧାରଣ ବଣ୍ଟନ କାର୍ଯ୍ୟକ୍ରମରେ ୪ଲକ୍ଷ ୨୩ ହଜାର ୪୫ଟି ପରିବାରକୁ ଜାତୀୟ ଖାଦ୍ୟ ନିରାପତା ଯୋଜନାରେ, ଅନ୍ତୋଦୟ ଅନ୍ନ ଯୋଜନାରେ ୪୯ ହଜାର ୯୮ଟି ପରିବାରକୁ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ୪,୦୮୪ ଜଣଙ୍କୁ ଖାଦ୍ୟସାମଗ୍ରୀ ୧ ହଜାର ୧୨ଟି କେନ୍ଦ୍ରରେ ଇ.ପସ୍. ମେସିନ ଜରିଆରେ ଯୋଗାଇ ଦିଆଯାଉଥିବା ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଅମର ମହାପାତ୍ର ପ୍ରକାଶ କରିଥିଲେ । ଏହାସହ କଟକ ଜିଲ୍ଲାରେ ଜୁନ୍ ୨୧ ତାରିଖ ସୁଦ୍ଧା ବଣ୍ଟନ ବ୍ୟବସ୍ଥାରେ ଅଧିପ୍ରମାଣିତ କାରବାର ୮୬.୯୬ ପ୍ରତିଶତ ହାସଲ କରାଯାଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜିଲ୍ଲା ଯୋଗାଣ ଅଧିକାରୀ ବୈ÷ଠକରେ ସୂଚନା ଦେଇଥିଲେ । ଚଳିତ ଜୁନ୍ ଓ ଜୁଲାଇ ୨ମାସର କିରୋସିନି ପ୍ରତି କାର୍ଡ ପିଛା ୫ ଲିଟର ମିଳିବ । ଖାଦ୍ୟ ନିରାପତା ଯୋଜନାରେ ଜିଲ୍ଲାରେ ୮୨୭୧ ହିତାଧିକାରୀ ଅଯୋଗ୍ୟ ହୋଇଥିବା ସ୍ଥଳେ ୫୭୮୨ ଜଣଙ୍କୁ ସେମାନଙ୍କର ସାମଗ୍ରୀ ମୂଲ୍ୟ ବାବଦକୁ ୨କୋଟି ୨୦ ଲକ୍ଷ ୬୯ ହଜାର ୯୯୦ ଟଙ୍କା େ‘ରସ୍ତ କରାଯାଇଛି । ଅବଶିଷ୍ଟ ଅଯୋଗ୍ୟ ହିତାଧିକାରୀ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନଂ ସହ ଆଇ.ଏ‘୍. ଏସ୍.ସି କୋଡ୍ ସଂପୃକ୍ତ ବ୍ଲକର ଯୋଗାଣ ନିରୀକ୍ଷକଙ୍କ ଜରିଆରେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟକୁ ପ୍ରଦାନ କଲେ କିମ୍ବା ସିଧାସଳଖ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟକୁ ପ୍ରଦାନ କଲେ ସେମାନଙ୍କର ପ୍ରାପ୍ୟ ସିଧାସଳଖ ସେମାନଙ୍କ ଜମା ଖାତାକୁ ପ୍ରଦାନ କରାଯିବ ବୋଲି ବୈ÷ଠକରୁ ଜଣାପଡିଛି । ପଂଚାୟତ ସ୍ତରରେ ଆଧାର ସଂଯୋଗ ହୋଇ ନଥିବା ହିତାଧିକାରୀଙ୍କର ଆଧାର ସଂଯୋଗ ଅଗଷ୍ଟ ୧୫ ତାରିଖ ସୁ୍ଦ୍ଧା କାର୍ଯ୍ୟକାରୀ କରାଇବାକୁ ବିଭାଗୀୟ ଅଧିକାରୀଙ୍କୁ କଟକ ସାଂସଦ ଶ୍ରୀ ଭର୍ତୃହରି ମହତାବ ନିଦେ୍ର୍ଧଶ ଦେଇଥିଲେ ।