୧୫ ରୁ ୧୮ ବର୍ଷ କିଶୋରଙ୍କୁ ଟିକାକରଣ, ୯୩୯ଟି ସ୍ୱତନ୍ତ୍ର କେନ୍ଦ୍ରରେ ଚାଲିଛି ଭ୍ୟାକ୍‌ସିନେସନ୍

Jan 4, 2022 - 07:23
 90
୧୫ ରୁ ୧୮ ବର୍ଷ କିଶୋରଙ୍କୁ ଟିକାକରଣ, ୯୩୯ଟି ସ୍ୱତନ୍ତ୍ର କେନ୍ଦ୍ରରେ ଚାଲିଛି ଭ୍ୟାକ୍‌ସିନେସନ୍
ଭୁବନେଶ୍ୱର ୦୪।୦୧: ଦେଶରେ ୧୫ ରୁ ୧୮ ବର୍ଷ କିଶୋରଙ୍କ ଟିକାକରଣ ଆରମ୍ଭ ହୋଇଛି । ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରରେ ଚାଲିଛି ଟିକାକରଣ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଅନଲାଇନ ଆପରେ ପଞ୍ଜିକରଣ କରି ୮୦ ହଜାର ୧୨୯ ଜଣ କିଶୋର ଟିକା ନେଇଛନ୍ତି । ୯୩୯ଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରରେ ଚାଲିଛି ଟିକାକାରଣ । କିଶୋରଙ୍କ ପାଇଁ ୯୪୫ଟି ସ୍ଵତନ୍ତ୍ର ଟିକାକରଣ କେନ୍ଦ୍ର ହେବ। ଟିକାର ଫାଷ୍ଟ ଡୋଜ ନେବା ପାଇଁ ୩୧ ଲକ୍ଷ ହିତାଧିକାରୀ ବାକି ଅଛନ୍ତି। ଖୁବଶୀଘ୍ର ସେମାନଙ୍କୁ ଟିକାକରଣର ଲକ୍ଷ୍ୟ ରଖାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢିବାରେ ଲାଗିଛି । କିଛି ଦିନ ତଳେ ଦୈନିକ ସଂକ୍ରମଣ ୧୦୦ ରୁ ୨୦୦ ଭିତରେ ରହୁଥିଲା । କିନ୍ତୁ ଏବେ ସେହି ସଂଖ୍ୟା ୬ଶହ ପାର୍‌ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୬୮୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।