ଜାଲ ଟିଡିଆର, ଠିକାଦାରଙ୍କୁ ମିଳିଲା ଆଗୁଆ ଜାମିନ

Jun 22, 2018 - 19:02
 185
କଟକ, ୨୨ ।୬(ସକାଳଖବର): ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଜାଲ ଟର୍ମ ଡିପୋଜିଟ ରସିପ୍ଟ(ଟିଡିଆର) ପ୍ରସ୍ତୁତ କରି ସରକାରଙ୍କ କୋଟିକୋଟି ଟଙ୍କା ହାନି କରିଥିବା ଅଭିଯୋଗକ୍ରମେ ସୁପର କ୍ଲାସ ଠିକାଦାର ରାଜେନ୍ଦ୍ର ଅଗ୍ରୱାଲା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବାବେଳେ କୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଧର୍ମଗଡ଼ ପୁଲିସର ଏକ ମାମଲାରେ ସେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବାବେଳେ ହାଇକୋର୍ଟ ଜଷ୍ଟିସ ଏସ କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜାମିନ ଦେଇଛନ୍ତି । ଆସନ୍ତା ୩୦ତାରିଖରେ ଥାନାରେ ହାଜର ହୋଇ ପୁଲିସକୁ ତଦନ୍ତରେ ସାହାଯ୍ୟ କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଏହି ସମୟରେ ପୁଲିସ ତାଙ୍କୁ ଗିରଫ କରିପାରିବନାହି ବୋଲି କୋର୍ଟ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି ।