ଜିଲ୍ଲା ଆପତକାଳୀନ ବୈ÷ଠକ ଅନୁଷ୍ଠିତ

Jun 23, 2018 - 14:51
 149
ଜିଲ୍ଲା ଆପତକାଳୀନ ବୈ÷ଠକ ଅନୁଷ୍ଠିତ
କଟକ: ୨୩/୬(ସକାଳକବର) ଜିଲ୍ଲା ଆପତକାଳୀନ ବୈ÷ଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ତଥା ଜିଲ୍ଲା ଆପତକାଳୀନ କମିଟିର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କଟକ ଡିଭିଜନ ଫାକ୍ଟ୍ରି ଓ ବଏଲର ଉପ ନିଦେ୍ର୍ଧଶକଙ୍କ ଆୟୋଜନରେ ଅନୁଷ୍ଠିତ ଏହି ବୈ÷ଠକରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଲେ ଯେ, କୋ÷÷ଣସି ବିପର୍ଯ୍ୟୟକୁ ମୁକାବିଲା ପାଇଁ ପ୍ରସ୍ତୁତି ହିଁ ଗୁରୁତ୍ୱପୂର୍ଣ୍ଣ । କଟକ ଜିଲ୍ଲାରେ ୪୦ରୁ ଉଦ୍ଧ୍ୱର୍ ଶିଳ୍ପ ସଂସ୍ଥା ବା କାରଖାନା ଆଦି କାର୍ଯ୍ୟକ୍ଷମ ରହିଛନ୍ତି । ସେମାନଙ୍କ ସହାୟତାରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ବିଶେଷଜ୍ଞ ଏବଂ କଳକାରଖାନାର କର୍ତୃପକ୍ଷଙ୍କ ସହଯୋଗରେ ତଥା ଭୋପାଳ ସ୍ଥିତ ଡିଜାଷ୍ଟର ମ୍ୟାନେଜ୍ ମେଣ୍ଟ ଇନ୍ଷ୍ଟିଚୁୁଟ ସହାୟତାରେ କଟକ ଜିଲ୍ଲା ସ୍ତରରେ “ଜିଲ୍ଲା ଅଫ୍ ସାଇଟ୍ ଇମରଜେନ୍ସି ପ୍ଲାନ୍” ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ଫାକ୍ଟି୍ର ଓ ବୟଲର ସଂସ୍ଥାର କର୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏଥିପାଇଁ ଶିଳ୍ପ ସଂସ୍ଥାମାନଙ୍କ ତରଫରୁ ସେମାନଙ୍କର ସାମାଜିକ ଦାୟିତ୍ୱ ବୋଧତା ଉସôରୁ ପାଣ୍ଠି ଯୋଗାଇ ଦେବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଶିଳ୍ପ ସଂସ୍ଥାମାନେ ସେମାନଙ୍କର ଉପôାଦ ପ୍ରସ୍ତୁତି ପାଇଁ କ୍ଲୋରିନ୍ ,ଆମୋନିଆ ଭଳି ଯେଉଁ ସବୁ ରସାୟନିକ ଦ୍ରବ୍ୟ ବ୍ୟବହାର କରୁଛନ୍ତି, ସେଥି ଯୋଗୁଁ ଯଦି କୋ÷÷ଣସି କାରଣରୁ ସଂକଟ ଜନକ ପରିସ୍ଥିତି ବା ବିପର୍ଯ୍ୟୟ ସୃଷ୍ଟି ହୁଏ, ତେବେ ସେଥି ପ୍ରତି ସଜାଗ ରହିବା ପରିପ୍ରେକ୍ଷୀରେ ଶିଳ୍ପ କାରଖାନାର ମୁଖ୍ୟ ମାନେ ପରିପାଶ୍ୱର୍ରେ ରହୁଥିବା ଜନ ସାଧାରଣଙ୍କୁ ସଚେତନ କରାଇବାକୁ ବୈ÷ଠକରେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।