ସୁବର୍ଣ୍ଣପୁର ଜିଲ୍ଲାରେ ଶ୍ରୀ ଜଗନ୍ନାଥ ତୁଳସୀ ରଥକୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର: ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପାଇଁ ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଯାତ୍ରା କରୁଥିବା ଫୁଲ ଓ ତୁଳସୀ ରଥକୁ ଆଜି ସକାଳେ ସୁବର୍ଣ୍ଣପୁର ଜ଼ିଲ୍ଲାର ବିନିକା ଜଗନ୍ନାଥ ମନ୍ଦିର ଓ ସହର, ସୋନପୁର ବ୍ଲକ ଛକ, ଦଧିବାମନ ମନ୍ଦିର, ଜଗନ୍ନାଥ ମନ୍ଦିର, ଶ୍ରୀ ଗୁଣ୍ଡିଚାମନ୍ଦିର ଓ ବସଷ୍ଟାଣ୍ଡ ପଞ୍ଚରଥ ମନ୍ଦିର ସମ୍ମୁଖରେ ଶ୍ରୀରାମ ଚରିତ କମିଟି ସଦସ୍ୟ ଓ ହଜାରହଜାର ଜଗନ୍ନାଥ ପ୍ରେମୀ ଭକ୍ତ ଶ୍ରଦ୍ଧାଳୁଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ହରିବୋଲ ହୁଳହୁଳି ଘଣ୍ଟ ଓ ଶଙ୍ଖ ବାଦ୍ୟରେ ଆଜି ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବିନିକା ଓ ସୁବର୍ଣ୍ଣପୁର ସହର ପରିକ୍ରମା ବେଳେ ପ୍ରତ୍ୟେକ ସାହି ଓ ଛକମାନଙ୍କରେ ଶହଶହ ମହିଳା ଭକ୍ତ ତୁଳସୀ, ଫୁଲ, ଧୂପ, ଦୀପ ଅର୍ପଣ କରି ଅନେକ ଭକ୍ତ ରଥରେ କିଛି କିଛି ଦକ୍ଷିଣା ମଧ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ରାମଚରିତ କମିଟି ସହିତ ଜ଼ିଲ୍ଲାର ଅନେକ ସାମାଜିକ ଅନୁଷ୍ଠାନ ସହଯୋଗ କରିଥିବା ବେଳେ ଜ଼ିଲ୍ଲା ପ୍ରଶାସନର ସଂସ୍କୃତି ବିଭାଗ, ଦେବୋତ୍ତର ବିଭାଗ କିମ୍ବା ପୋଲିସ ପ୍ରଶାସନର କୌଣସି ଜଣେ ମଧ୍ୟ ଅଧିକାରୀ କର୍ମଚାରୀ ରଥ ପରିକ୍ରମା ସମୟରେ ଶୃଙ୍ଖଳା ଦାଇତ୍ୱରେ କି ରଥ ଦର୍ଶନରେ କୌଣସି ଜାଗାରେ ଦେଖା ଦେଇ ନ ଥିବାରୁ ସହର ତଥା ଜ଼ିଲ୍ଲା ର ଜଗନ୍ନାଥ ପ୍ରେମୀ, ସଂସ୍କୃତି ପ୍ରେମୀ ତଥା ବୁଦ୍ଧିଜୀବୀ ମହଲ କ୍ଷୋଭ ପ୍ରକାଶ କରିଛନ୍ତି ।