ବିକି ଓ କ୍ୟାଟ୍‌ଙ୍କ ବିବାହରେ ସାମିଲ୍ ହେବେନି ସଲମାନ୍ ଖାନ୍ !

Nov 14, 2021 - 07:41
 88
ବିକି ଓ କ୍ୟାଟ୍‌ଙ୍କ ବିବାହରେ ସାମିଲ୍ ହେବେନି ସଲମାନ୍ ଖାନ୍ !
ନୂଆଦିଲ୍ଳୀ ୧୪।୧୧ : ବଲିଉଡ ବାର୍ବି ଡଲ୍‌ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ବିକି କୌଶଲଙ୍କ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ତାଙ୍କ ବିବାହର ପ୍ରସ୍ତୁତି ମଧ୍ୟ ଖୁବ୍ ଧୁମ୍‌ଧାମ୍‌ରେ ଚାଲିଛି । ପ୍ରଶଂସକମାନେ ଉତ୍ସାହର ସହିତ ଉଭୟଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଖବର ଅନୁଯାୟୀ, ଡିସେମ୍ବର ୭ ରୁ ୯ ମଧ୍ୟରେ ଉଭୟ ବିବାହ କରିବେ । ସାୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱାରାରେ ଉଭୟଙ୍କ ବିବାହ ବୁକିଂ କରାଯାଇଛି। ପ୍ରସ୍ତୁତି ଭଲ ଚାଲିଛି କି ନାହିଁ ଦେଖିବା ପାଇଁ ଉଭୟ ଦଳ ଜୟପୁରରେ ପହଞ୍ଚିଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଏହି ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗଦେବେ। ତେବେ ରିପୋର୍ଟ ଅନୁଯାୟୀ ତାଙ୍କ ଅତିଥି ତାଲିକା ମଧ୍ୟ ସାମ୍ନାକୁ ଅସିଛି । ଏବେ ଶୁଣିବାକୁ ମିଳୁଛି ଯେ କ୍ୟାଟ୍ରିନାଙ୍କ ବିବାହରେ ସଲମାନ ସାମିଲ୍‌ ହେବେ ନାହିଁ । ସଲମାନ ଖାନ ପରିବାର ସହ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ଏହା ମଧ୍ୟ କୁହାଯାଉଛି ଯେ ପ୍ରଥମ ନିମନ୍ତ୍ରଣ ସଲମାନ ଖାନ ଏବଂ ତାଙ୍କ ପରିବାରକୁ ପଠାଯାଇଥିଲା। ସମସ୍ତେ ଜାଣନ୍ତି ଯେ ସଲମାନ ଖାନଙ୍କ ସହ କ୍ୟାଟ୍ରିନା କୈଫ୍‌ଙ୍କ ପାରିବାରିକ ସମ୍ପର୍କ ରହିଛି। ଭଲ ଏବଂ ଖରାପ ସମୟରେ ସଲମାନ ସବୁବେଳେ ତାଙ୍କ ପାଖରେ ଛିଡା ହୋଇଥିଲେ।