ବାରିପଦାରେ ସହରାଚଂଳ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ବଂଟନ

Mar 1, 2019 - 18:33
 166
ବାରିପଦା, ୧/୩(ସକାଳଖବର): ଆଜି ଆମ ପାଇଁ ଏକ ଐତିହାସିକ ମୁହୂର୍ତ । ଏକ ଜମିର ସ୍ଥାୟୀ ପଟ୍ଟା ଓ ଛୋଟ ବାସଉପଯୋଗୀ ଗୃହ ସମସ୍ତଙ୍କ ପାଇଁ ଏକ ସ୍ୱପ୍ନ ଥିଲା । ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ୱପ୍ନ ପୂରଣ କରିଛନ୍ତି । ଓଡ଼ିଶା ସରକାରଙ୍କ ସ୍ଲମ ଡ଼ୁଏଲର ଲେଣ୍ଡ ରାଟ୍ ଆକ୍ଟ-୨୦୧୭ ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ । ସମଗ୍ର ଭାରତରେ କେବଳ ଓଡ଼ିଶାରେ ଉକ୍ତ ଆକ୍ଟ କାର୍ଯ୍ୟକାରୀ କରାଯାଉଛି ଏବଂ ଭୂମିହୀନ ବସ୍ତିବାସିନ୍ଦାମାନଙ୍କୁ ୩୦ ବର୍ଗ ମିଟର ସ୍ଥାୟୀ ଜମି ପଟ୍ଟା ମାଗଣାରେ ବଂଟନ ସହ ସ୍ଥାୟୀ ପକ୍କାଗୃହ ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଆଜି ରାଜ୍ୟ ସରକାରଙ୍କ ନଗର ଓ ଗୃହ ନିର୍ମାଣ ବିଭାଗର ନିଦେ୍ର୍ଧଶ କ୍ରମେ ବାରିପଦା ପୌରପରିଷଦରେ ଉକ୍ତ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ହିତାଧିକାରୀମାନେ କୌଣସି ଦଲାଲଙ୍କ ପ୍ରରୋଚନା ଅଥବା ଅପପ୍ରଚାରରେ ବିଭ୍ରାନ୍ତ ନହେବା ନିମନ୍ତେ ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ସେହିପରି ବାରିପଦା ପୌରପରିଷଦ ପରିସରରେ ଆଜି ଆୟୋଜିତ ସହରାଚଂଳ ଆବାସ ଯୋଜନା କାର୍ଯ୍ୟାଦେଶ ବଂଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପବାଚସ୍ପତି ଶ୍ରୀ ମାର୍ଣ୍ଡି ଯୋଗ ଦେଇ ରାଜ୍ୟ ସରକାର ୩ଟି ସ୍ୱତନ୍ତ୍ର କ୍ରାଇଟେରିଆ ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି କହିଥିଲେ ଏବଂ ଆଜି ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଏଥି ନିମନ୍ତେ ପୂର୍ବରୁ ୪୬ଟି ସ୍ଲମରେ ସର୍ଭେ କରାଯାଇଥିଲା । ଟାଟା ଟ୍ରଷ୍ଟ ପକ୍ଷରୁ ହୋଇଥିବା ୪୩ ସ୍ଲମର ସର୍ଭେ ରିପୋର୍ଟ ପୌରପରିଷଦରେ ଦାଖଲ ହୋଇଛି । ଡେ଼୍ରାନ କ୍ୟାମେରାରେ ମଧ୍ୟ ବାରିପଦା ପୌରପରିଷଦରେ ସର୍ଭେ କରାଯାଇ ମ୍ୟାପ ପ୍ରସ୍ତୁତ କରାଯାଇଛି ।