ଡାକ୍ତରମାନଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

Aug 3, 2018 - 18:36
 139
ଡାକ୍ତରମାନଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩/୭( ସକାଳଖବର): ଓଡିଶା ମେଡିକାଲ ହେଲଥ୍ ସର୍ଭିସେସ୍ କ୍ୟାଡରର ଡାକ୍ତର ମାନଙ୍କର ପ୍ରୋତ୍ସାହନ ରାଶି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି । ଏମସିଆଇ ସ୍ୱିକୃତୀପ୍ରାପ୍ତ ମେଡିକାଲ କଲେଜରେ କାର୍ଯ୍ୟ କରୁଥିବା ସୁପର ସ୍ପେଶାଲିଷ୍ଟ ଡାକ୍ତରମାନଙ୍କର ପ୍ରୋତ୍ସାହନ ରାଶି ମାସିକ ୩୦ ହଜାର ଟଙ୍କା ବୃଦ୍ଧି କରିଛନ୍ତି । ଏହା ବ୍ୟତୀତ ପିଜି ଡାକ୍ତରମାନଙ୍କର ପ୍ରୋତ୍ସାହନ ରାଶି ମାସିକ ୨୦ ହଜାର ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ପିଜି ଡିପ୍ଲୋମା ଡାକ୍ତରମାନଙ୍କର ପ୍ରୋତ୍ସାହନ ରାଶି ମାସିକ ୧୦ ହଜାର ଟଙ୍କା ବୃଦ୍ଧି କରାଯାଇଛି । ସମ୍ପୃକ୍ତ ଡାକ୍ତର ମାନଙ୍କୁ ମିଳୁଥିବା ସୁବିଧା ବ୍ୟତୀତ ଅତିରିକ୍ତ ଭାବେ ଏହି ପ୍ରୋତ୍ସାହନ ରାଶି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।