ସଚିବ ସ୍ତରରେ ଅଦଳ ବଦଳ

Sep 2, 2019 - 07:23
 108
ଭୁବନେଶ୍ୱର, ୩୦/୮(ସକାଳଖବର): ରାଜ୍ୟ ସରକାର ସଚିବ ସ୍ତରରେ ଅଦଳ ବଦଳ କରିଛନ୍ତି । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି । ବିଜ୍ଞପ୍ତି ଅନୁଯାୟୀ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯିବା ସହ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଓସଡମାର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ବଦଳି କରାଯାଇଥିଲା ବେଳେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଂଜିବ ଚୋପ୍ରାଙ୍କୁ ସ୍ୱରାଷ୍ଟ୍ର ବିଭାଗର ଶାସନ ସଚିବ ସମେତ ସାଧାରଣ ପ୍ରଶାସନ ଏବଂ ପେନସନ ଅଭିଯୋଗ ପ୍ରକୋଷ୍ଠର ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି । ରାଜ୍ୟ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗଙ୍କୁ ଗ୍ରୀଡ଼କୋ ଓପିଟିସିଏଲର ସିଏମଡ଼ି ଏବଂ ଓସିପିଏଲର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଗ୍ରୀଡ଼କୋ ଓପିଟିସିଏଲର ସିଏମଡ଼ି ର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ହେମନ୍ତ ଶର୍ମାଙ୍କୁ ଶିଳ୍ପ ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏମଏସଏମଇ ବିଭାଗର ସଚିବ ଏବଂ ଇପିକଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକର ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଓସଡ଼ମାର ପରିଚାଳନା ନିଦେ୍ର୍ଧଶକ ବିଷ୍ଣୁପଦ ସେଠୀଙ୍କୁ ଶକ୍ତି ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ମଧ୍ୟ ଓଏଚପିସିର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକର ଅତିରିକ୍ତ ଦାୟିତ୍ୱରେ ରହିବେ । ଯୋଜନା ସମନ୍ୱୟ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମଙ୍କୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ବିଶାଲ ଗଗନଙ୍କୁ ଜଳ ସମ୍ପଦ ବିଭାଗର କମିଶନର ଓ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି । ସାମାଜିକ କଲ୍ୟାଣ ତଥା ମହିଳା ବିକାଶ ସମବାୟ ନିଗମର ପରିଚାଳନା ନିଦେ୍ର୍ଧଶକ ଦାୟିତ୍ୱରେ ଥିବା ଅରବିନ୍ଦ ଅଗ୍ରୱାଲଙ୍କୁ ସାଧାରଣ ପ୍ରଶାସନ ଏବଂ ପେନସନ ଗ୍ରିଭାନସ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।