ଚିଦାମ୍ବରମଙ୍କ ରିମାଣ୍ଡ ଅବଧି ବୃଦ୍ଧି

Sep 2, 2019 - 07:22
 214
ନୂଆଦିଲ୍ଲୀ, ୩୦/୮(ସକାଳଖବର): ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ଅର୍ଥ ମନ୍ତ୍ରୀ ପି.ଚିଦାମ୍ବରମ ପୁରଣି ଥରେ ରିମାଣ୍ଡରେ ଯିବେ । ସୁପ୍ରିମକୋର୍ଟ ଚିଦାମ୍ବରମ୍ ଙ୍କ ରିମାଣ୍ଡ ଅବଧି ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଗତ ୨୬ ତାରିଖରେ ରୁ ୪ ଦିନିଆ ରିମାଣ୍ଡ ମିଆଦ ଶେଷ ହେବା ପରେ ଶୁକ୍ରବାର ଚିଦାମ୍ବରମ୍ ଙ୍କୁ ସୁପ୍ରିମ କୋର୍ଟରେ ହାଜର କରାଯାଇଥିଲା । ଜଷ୍ଟିସ ଅଜୟ କୁମାର କୁହର ତାଙ୍କ ସିବିଆଇ ରିମାଣ୍ଡ ମିଆଦ ଆସନ୍ତା ସୋମବାର ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ସିବିଆଇ ପକ୍ଷରୁ ମାମଲା ଲଢୁଥିବା ଅତିରିକ୍ତ ସଲିସିଟର ଜେନେରାଲ କେଏମ ନଟରାଜ କହିଥିଲେ ଯେ ଚିଦାମ୍ବରମଙ୍କ ଜେରା ଶେଷ ହୋଇନାହିଁ । ଆଉ କେତେକ ପ୍ରମାଣ ସହ ତାଙ୍କୁ ଜେରା କରିବାର ଆବଶ୍ୟକତା ରହିଛି । ସୂଚନାଯୋଗ୍ୟ ଆଇଏନଏକ୍ସ ମିଡିଆ ମାମଲାରେ ଚିଦମ୍ବରମଙ୍କୁ ଗତ ୨୧ ତାରିଖରେ ସିବିଆଇ ତାଙ୍କ ବାସଭବନରୁ ଗିରଫ କରିଥିଲା ।