କମିବ ଶୀତ, ପଡ଼ିବ ଘନ କୁହୁଡ଼ି

Feb 7, 2022 - 10:33
 53
କମିବ ଶୀତ, ପଡ଼ିବ ଘନ କୁହୁଡ଼ି
ଭୁବନେଶ୍ୱର: କମିବ ଶୀତ, ପଡ଼ିବ ଘନ କୁହୁଡ଼ି । ଶୀତ ପ୍ରଭାବ କମିବାକୁ ଥିବାବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୯ ତାରିଖ ଯାଏ ଘନ କୁହୁଡ଼ି ଲାଗି ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସତର୍କ କରାଇଛନ୍ତି । ୮ ତାରିଖ ପାଇଁ ଘନ କୁହୁଡ଼ି ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି ୯ ତାରିଖ ପାଇଁ ୧୨ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାକୁ ସତର୍କ କରାଯାଇଛି । ରାଜ୍ୟରେ ଆଗାମୀ ୨ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ଯାଏ ଆସ୍ତେ ଆସ୍ତେ ବୃଦ୍ଧି ପାଇବ ।