ଶ୍ୱାସରୁଦ୍ଧ ଅବସ୍ଥାରେ ଦୁଇ ବଙ୍ଗୀୟ ଶ୍ରମିକଙ୍କ ମୃତୁ୍ୟ

Jan 8, 2019 - 18:20
 170
ଅନୁଗୋଳ,୮/୧(ସକାଳଖବର): ଶୀତରୁ ରକ୍ଷା ପାଇବା ପାଇଁ ଘରେ ରାତିରେ କୋଇଲା ଆଂଚ ଲଗାଇ ଶୋଇଥିବା ଦୁଇ ବଙ୍ଗୀୟ ଶ୍ରମିକଙ୍କ ଶ୍ୱାସରୁଦ୍ଧ ଅବସ୍ଥାରେ ମୃତୁ୍ୟ ଘଟିଛି । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଏନଟିପିସି ଟାଉନ୍ ଥାନା ଅଂଚଳରେ ସୋମବାର ରାତିରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଆଜି ସକାଳୁ ଦୁଇ ଶ୍ରମିକଙ୍କ ମୃତଦେହ ଏହି କୋଠରୀରୁ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗ ମୁର୍ସିଦାବାଦର ଦୁଇ ଜଣ ଟାଇଲ୍ ମିସ୍ତ୍ରୀ କାମ କରିବା ପାଇଁ ଗଦାଶିଳା ଗ୍ରାମକୁ ଆସିଥିଲେ । ଦିନତମାମ ଖଟଣି ପରେ ରାତିରେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ସେମାନେ ରାତ୍ରୀ ଭୋଜନ ପରେ ଘରେ କୋଇଲା ଆଂଚ ଲଗାଇ ଥିଲେ । ଘରର କବାଟକୁ ଭିତର ପଟୁ ବନ୍ଦ କରି ଶୋଇପଡିଥିଲେ । ଆଜି ସକାଳୁ ସେମାନେ ରହୁଥିବା ଘରର କବାଟ ନଖୋଲିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନେ୍ଦହ ଜାତ ହୋଇଥିଲା । ସେମାନେ ଏ ସମ୍ପର୍କରେ ପୋଲିସକୁ ଅବଗତ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପ୍ରାଥମିକ ତଦନ୍ତରୁ ଶ୍ୱାସରୁଦ୍ଧ ଅବସ୍ଥାରେ ଦୁହିଁଙ୍କ ମୃତୁ୍ୟ ଘଟିଥିବା ପୋଲିସ ଅନୁମାନ କରୁଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେମାନଙ୍କ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ମୃତକ ଦ୍ୱୟଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ ।