ପିଆଜ ଦର ୫୦ ଟଙ୍କା

Sep 18, 2019 - 06:29
 125
ନୂଆପଡ଼ା, ୧୭/୯(ସକାଳଖବର): ନୂଆପଡା ଜିଲାରେ ଗତ କିଛି ଦିନ ମଧ୍ୟରେ ପିଆଜ ଦର ହଟାତ ବୃଦ୍ଧି ପାଇ ୫୦ ଟଙ୍କା ଦରରେ ବିକ୍ରୟ ହେଉଥିବା ଅଭିଯୋଗ ହେଉଛି । ବଜାରରେ ଗତ ୧ ମାସ ତଲେ ୧୫ ରୁ ୨୦ ଟଙ୍କା ଦରରେ ପିଆଜ ବିକ୍ରୟ ହେଉଥିଲା । ହେଲେ ହଟାତ ୩୦ ପରେ ୪୦ ଟଙ୍କା ହୋଇ ଗତ ୭/୮ ଦିନ ହେବ ପିଆଜକୁ ୫୦ ଟଙ୍କା ଦରରେ ବିକ୍ରୟ କରାଯାଉଥିବା ଦେଖିବାକୁ ମିଳିଛି । ହଟାତ ପିଆଜ ଦର ବୃଦ୍ଧି ଖାଉଟିଙ୍କୁ ବାଧୁଥିବା ବେଳେ ଖାଉଟି ଦରକୁ ଦେଖି ଆବଶ୍ୟକ ପରିମାଣରେ ପିଆଜ କିଣିକି ନେଉଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପିଆଜ ଦର କମାଇବାକୁ ସାଧାରଣରେ ଦାବୀ ହେଉଛି ।