ଜିଲ୍ଲା କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

Oct 31, 2018 - 17:43
 201
ଜିଲ୍ଲା କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ
ଅନୁଗୋଳ, ୩୧/୧୦ (ସକାଳଖବର): ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରାଗାନ୍ଧୀଙ୍କର ୩୪ତମ ଶ୍ରାଦ୍ଧ ବାର୍ଷିକ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗିୟା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜିବନୀ ଉପରେ ସମସ୍ତ ବକ୍ତା ମାନେ ମତବ୍ୟକ୍ତ କରିଥିବାବେଳେ ନୂତନ ଭାରତ ଗଠନରେ ତାଙ୍କରି ଭୂମିକାକୁ ସଂପୂର୍ଣର୍ ବିବରଣୀ ଜିଲ୍ଲା ସଭାପତି ତାଙ୍କ ଅଭିଭାଷଣରେ ଜଣାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇ କଂଗ୍ରେସ ଦଳକୁ ଶକ୍ତିଶାଳୀ କରି ଦେଶକୁ ସୁଶାସନ ଦେଲେ ତାହାହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି, ତତସହିତ ଲୌହମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଉକ୍ତ ସଭାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଅମ୍ବିକା ଭଟ୍ଟ, ପ୍ରଦୋ କଂଗ୍ରେସ କମିଟି ଉପସଭାପତି ଇଂ ସସ୍ମିତା ବେହେରା, ପୂର୍ବତନ ପୌର ଅଧ୍ୟକ୍ଷା ସୁକାନ୍ତି ଦାସ, ମହିଳା ସଭାପତି ସବିତା ଧୀର, ଅଳକା ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ଅକ୍ଷୟ ଦାସ, ଜିତେନ୍ଦ୍ର ସାହୁ, ଜୟନ୍ତ ସାହୁ, ଚିତ୍ତ ନାଏକ, ପେନ ପ୍ରଧାନ, ଅମୂଲ୍ୟ ସାହୁ, ସୁଦୀପ ମିଶ୍ର, ଗଣେଶ୍ୱର ସାହୁ, ସନ୍ତୋଷ ପଟ୍ଟନାୟକ, ଶିବାନୀ ଶଙ୍କର ଗୌଡ଼, ଆଲୋକ ଦାଶ, ଅଭୟ ସାହୁ, ରମାକାନ୍ତ ପ୍ରଧାନ, ପ୍ରମୋଦ ସାହୁ, ସୁବ୍ରତ ତ୍ରୀପାଠୀ, ସୁନିଲ ପ୍ରଧାନ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କର ଭାରତ ବର୍ଷ ପାଇଁ ଅବଦାନ ସଂପର୍କରେ ଆଲୋକପାତ କରିଥିବା ବେଳେ ଶତାଧିକ କଂଗ୍ରେସ କର୍ମି ଯୋଗଦାନ କରିଥିଲେ । ଶେଷରେ କଂଗ୍ରେସ ନେତା ଳକ୍ଷ୍ମୀଧର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।