ଶଙ୍ଖ ଧରିବେ ଭାଗିରଥୀ !

Oct 31, 2018 - 17:48
 427
ଶଙ୍ଖ ଧରିବେ ଭାଗିରଥୀ !
କେନ୍ଦୁଝର,୩୧/୧୦ (ସକାଳଖବର) : କ୍ଷମତା ପାଇଁ ଦଳ ବଦଳ କରୁଥିବା ଜଣେ ଯୁୂବ ନେତାଙ୍କ ଯୋଗୁଁ ଭାରତୀୟ ଜନତାପାର୍ଟିରେ ଦେଖାଦେଇଛି ଅନ୍ତର୍ଦ୍ୱନ୍ଦ । ଦଳୀୟ କନ୍ଦଳ ଯୋଗୁଁ ଆନନ୍ଦପୁରର ପୂର୍ବତନ ବିଧାୟକ ଅତିଷ୍ଠ ହୋଇପଡିଲେଣି । ଅନ୍ୟପକ୍ଷରେ ଆନନ୍ଦପୁରର ବିଧାୟକ ମାୟାଧର ଯେନାଙ୍କ ସାଂଗଠିନିକ ଦୁର୍ବଳତା ଓ ଲୋକପ୍ରିୟତା ହ୍ରାସଯୋଗୁଁ ବିଜେଡି କର୍ତ୍ତୃପକ୍ଷ ଭାଗିରଥିଙ୍କୁ ପୁନର୍ବାର ଦଳକୁ ଫେରାଇ ଆଣିବା ଲାଗି ମସୁଧା ଚଳାଇଥିବା ନିର୍ଭର ଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । କ୍ଷମତା ପାଇଁ ଦଳବଦଳ କରୁଥିବା ଏହି ଯୁବନେତାଙ୍କ ପାଇଁ ଆନନ୍ଦପୁର ଉପଖଣ୍ଡର ଆଗଧାଡିର କିଛି ବିଜେପି ନେତା କର୍ମୀ ଦଳ ଛାଡିବାକୁ ପ୍ରସ୍ତୁତ ହେଉଥିବା ଜଣାଯାଇଛି । ସମ୍ପୃକ୍ତ ଯୁବନେତା ଜଣକ ନିଜର ଆତ୍ମ ପ୍ରଚାର ପାଇଁ ସୋସିଆଲ୍ମି ଡିଆକୁ ବ୍ୟାପକ ବ୍ୟବହାର କରୁଛନ୍ତି । ଗତ ସାଧାରଣ ନିର୍ବାଚନରେ କଂଗ୍ରେସରୁ ଟିକେଟ୍ହା ତେଇଥିବା ସମ୍ପୃକ୍ତ ତଥାକଥିତ ନେତା ଜଣକ ଘଷିପୁରାରେ ବଦ୍ରିଙ୍କ ବିପକ୍ଷରେ ପ୍ରାର୍ଥୀହୋଇ ଦଳୀୟ ଚିହ୍ନ ଥାଇ ମଧ୍ୟ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଠାରୁ ମଧ୍ୟ କମ୍ ଭୋଟ୍ ପାଇଥିଲେ । ଦିନକୁ ଦିନ ଦଳରେ ତାଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଉଥିବାରୁ ଭଗବାନ ସାହୁ, ସତ୍ୟବ୍ରତ ପଣ୍ଡା ଓ ଭାଗିରଥି ସେଠୀଙ୍କ ଭଳି ଆଗଧାଡିର ନେତାମାନେ ଏବେ ବିକଳ୍ପ ରାସ୍ତା ବାଛିବାକୁ ଯୋଜନା କରୁଥିବା ଜଣାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଭାଗିରଥି ସେଠୀ ଗତ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ମାୟାଧର ଯେନାଙ୍କ ଠାରୁ ପରାସ୍ତ ହୋଇଥିଲେ । ଶଙ୍ଖ ହାୱାରେ ବିଜେଡି ଆନନ୍ଦପୁର ଆସନ ଅକ୍ତିଆର କରିଥିଲେ ମଧ୍ୟ ବିଜେଡି ନେତାଙ୍କୁ ଏବେବିଭାଗିରଥୀଙ୍କ ଭୟ ରହିଛି । ତେଣୁ ବିଜେଡି କର୍ତ୍ତୃପକ୍ଷ ଭାଗିରଥିଙ୍କୁ ଦଳକୁ ନେବାପାଇଁ ମସୁଧା କରୁଥିବା ଚର୍ଚ୍ଚା ଜୋର ଧରିଛି ।