“ଷ୍ଟେଚ୍ୟୁ ଅଫ ୟୁନିଟି” ଉସôର୍ଗ

Oct 31, 2018 - 19:19
 219
“ଷ୍ଟେଚ୍ୟୁ ଅଫ ୟୁନିଟି”  ଉସôର୍ଗ
ନୂଆଦିଲ୍ଲୀ ୩୧/୧୦ (ସକାଳଖବର):ଗୁଜରାଟର ନର୍ମଦା ଜିଲ୍ଲାର କେବଡିୟାଠାରେ ଲୌହମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଏକ ସୁଉଚ୍ଚ ପୂର୍ଣ୍ଣାବୟବ ପ୍ରତିମୂର୍ତି ପ୍ରତିଷ୍ଠା କରାଯାଇଛି । ଏହି ପ୍ରତିମୂର୍ତିର ଉଚ୍ଚତା ହେଉଛି ୧୮୨ ମିଟର । “ଷ୍ଟେଚ୍ୟୁ ଅଫ ୟୁନିଟି” ଭାବେ ପରିଚିତ ଏହି ପ୍ରତିମା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତି । ଆଜି ସର୍ଦ୍ଧାର ପଟେଲଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଉଚ୍ଚତମ ପ୍ରତିମୂର୍ତିକୁ ରାଷ୍ଟ୍ର ଉଦେ୍ଧଶ୍ୟରେ ସମର୍ପିତ କରିଛନ୍ତି । ପ୍ରଥମେ ଏକ କଳସରେ ନର୍ମଦା ନଦୀର ମାଟି ଓ ଜଳକୁ ପ୍ରଧାନମବୀ ଏବଂ ଅନ୍ୟ ଗଣମାନ୍ୟ ଅତିଥିମାନେ ଭର୍ତି କରିଥିଲେ । ଏହାପରେ ପ୍ରଧାନମବୀ ଏକ ଲିଭର ଉପରେ ଚାପ ପ୍ରୟୋଗ କରି ସର୍ଦ୍ଧାର ପଟେଲଙ୍କ “ଷ୍ଟେଚ୍ୟୁ ଅଫ ୟୁନିଟି”କୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକତା ପ୍ରାଚୀରକୁ ମଧ୍ୟ ଉଦ୍ଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ “ଷ୍ଟେଚ୍ୟୁ ଅଫ ୟୁନିଟି”ର ପାଦଦେଶରେ ସ୍ୱତବ ପ୍ରାର୍ଥନା କରିଥିଲେ । ଏହି ସମାରୋହ କାଳରେ ସେଠାରେ ପ୍ରତିଷ୍ଠିତ ସଂଗ୍ରହାଳୟ, ପ୍ରଦର୍ଶନୀ ଓ ପରିଦର୍ଶକ ଗ୍ୟାଲେରୀ ବୁଲି ଦେଖିଥିଲେ । ପ୍ରାୟ ୧୫୩ ମିଟର ଉଚ୍ଚରେ ସ୍ଥାପିତ ଦର୍ଶକ ଗ୍ୟାଲେରୀରେ ଏକାସଙ୍ଗେ ୨୦୦ ପର୍ଯ୍ୟଟକ ବସିବା ଭଳି ବ୍ୟବସ୍ଥା ରହିଛି । ସେଠାରୁ ଦର୍ଶକମାନେ ସର୍ଦ୍ଧାର ସରୋବର ଡ୍ୟାମ, ଜଳଭଣ୍ଡାର ତଥା ସାତପୁରା ଏବଂ ବିନ୍ଧ୍ୟ ପର୍ବତମାଳାର ଅନୁପମ ଦୃଶ୍ୟ ଦେଖିପାରିବେ । ସମାରୋହ ବେଳେ ଭାରତୀୟ ବାୟୁସେନା ପକ୍ଷରୁ “ଷ୍ଟେଚ୍ୟୁ ଅଫ ୟୁନିଟି” ଉପରେ ଫ୍ଲାଇପାଷ୍ଟ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟନ ସମାରୋହରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସ ପାଳନର ଶୁଭକାମନା ଜଣାଇଥିଲେ । ସେ କହିଥିଲେ ଯେ, ଆଜିର ଏହି ଦିବସ ଭାରତ ଇତିହାସରେ ଏକ ସ୍ୱତବ ମୂହୁର୍ତ ବହନ କରେ । “ଷ୍ଟେଚ୍ୟୁ ଅଫ ୟୁନିଟି” ଦେଶବାସୀଙ୍କୁ ତଥା ଭବିଷ୍ୟ ପିଢ଼ିଙ୍କୁ ସବୁବେଳେ ସାହାସ, ସାମର୍ଥ୍ୟ ଏବଂ ସଂକଳ୍ପର ପ୍ରେରଣା ଦେଇ ଚାଲିବ । ପିଢ଼ି ପରେ ପିଢ଼ି ଦେଶ ଏକତ୍ରୀକରଣ, ଆର୍ଥିକ ପ୍ରଗତୀ ଏବଂ ସାମରିକ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସର୍ଦ୍ଧାର ପଟେଲଙ୍କ ଭୂମିକାକୁ ସ୍ମରଣ କରୁଥିବେ । ଭାରତର ପ୍ରଶାସନିକ ସେବାକୁ ଏକ ମଜବୁତ୍ ଢ଼ାଂଚା ପ୍ରଦାନ କରିବାରେ ସର୍ଦ୍ଧାର ପଟେଲଙ୍କ ଭୂମିକା ଅବିସ୍ମରଣୀୟ ବୋଲି ସେ କହିଥିଲେ । ପ୍ରଧାନମବୀ କହିଥିଲେ ଯେ, “ଷ୍ଟେଚ୍ୟୁ ଅଫ ୟୁନିଟି” କୃଷକମାନଙ୍କ ପାଇଁ ଆତ୍ମ ମର୍ଯ୍ୟଦାର ଏକ ଜ୍ୱଳନ୍ତ ନିଦର୍ଶନ, ଯେଉଁମାନେ କି ଲୌହମାନବଙ୍କ ପ୍ରତିମୂର୍ତି ଲାଗି ନିଜ ନିଜର ଜମିରୁ ମାଟି ଏବଂ କୃଷି ସାମଗ୍ରୀର ଲୁହା ପ୍ରଦାନ କରିଛନ୍ତି । କେବଳ ଏକ ଭାରତ ଶ୍ରେଷ୍ଠ ଭାରତ ମବ ଦ୍ୱାରା ହିଁ ଭାରତର ଯୁବଶକ୍ତି ନିଜର ଆକାଂକ୍ଷା ପୁରଣ କରିପାରିବେ । ଏହି ବିଶାଳକାୟ ପ୍ରତିମୂର୍ତି ନିର୍ମାଣରେ ଶ୍ରମଦାନ କରିଥିବା ସମସ୍ତ ଅଂଶୀଦାରମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ, ଏହା କେବଳ ଏକ ପ୍ରତିମୂର୍ତି ନୁହେଁ, ବରଂ ଦେଶ ବିଦେଶରୁ ଶହ ଶହ ପର୍ଯ୍ୟଟକଙ୍କୁ ନର୍ମଦା କୂଳକୁ ଆକୃଷ୍ଟ କରିବ ଏବଂ ପର୍ଯ୍ୟଟନ ଶିଳ୍ପ ଲାଗି ଅନେକ ସମ୍ଭାବନା ସୃଷ୍ଟି କରିବ ।