ବଲାଙ୍ଗୀର ସମାବେଶରେ ମୁଖ୍ୟମନ୍ତ୍ରୀ

Mar 7, 2019 - 08:06
 142
ଭୁବନେଶ୍ୱର,୬/୩(ସକାଳଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ ପଥରଚେପା ଠାରେ ଆୟୋଜିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ବିିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯାଉଛି । ବର୍ତମାନ ୭ ସ୍ୱଂୟ ସହାୟକ ଗୋଷ୍ଠୀରେ ଥିବା ୭୦ ଲକ୍ଷ ମହିଳା ସଶକ୍ତ ହୋଇପାରିଛନ୍ତି । ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମହିଳାମାନଙ୍କୁ ଋଣ ଯୋଗାଇ ଦିଆଯାଉଛି । ଏପରିକି ଡିଜିଟାଲ ସଶକ୍ତିକରଣ , ବ୍ଲକ୍ ସ୍ତରୀୟ ମହାସଂଘ ପାଇଁ ସହାୟତା ଯୋଗାଇ ଦିଆଯାଉଛି । ମିଶନ ଶକ୍ତି ଭବନ ପାଇଁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରତି ପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ହେଉଛି ।