ଲକ୍ଷ୍ମଣରେଖା ଟପିବାରୁ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ - ସୂର୍ଯ୍ୟ

Sep 15, 2018 - 18:43
 165
ଲକ୍ଷ୍ମଣରେଖା ଟପିବାରୁ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ - ସୂର୍ଯ୍ୟ
ଭୁବନେଶ୍ୱର,୧୫/୯ (ସକାଳଖବର): ଲକ୍ଷ୍ମଣରେଖା ଟପିବାରୁ ଡା. ଦାମୋଦର ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଡା. ରାଉତ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଯେଉଁ ଭାଷା ପ୍ରୟୋଗ କରୁଛନ୍ତି ତାହା ବିଜୁ ପରିବାରକୁ ମର୍ମାହତ କରିଛି । ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ ବୋଲି ସେ କହିଛନ୍ତି । ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ଯେ, ଦାମ ବାବୁ ଯେଉଁ ସବୁ ଅଭିଯୋଗ କରିଛନ୍ତି ସେ ମନ୍ତ୍ରୀ ଥିଲା ବେଳେ ତା ଉପରେ ତଦନ୍ତ କରିପାରିଥାନ୍ତେ । ତାହା କଲେ ନାହିଁ କାହିଁକି ? ତାଙ୍କୁ କିଏ ମନା କରିଥିଲା ? ଯଦି ତାହା ନ ହେଲା ସେ ମନ୍ତ୍ରୀମଣ୍ଡଳରୁ ବାହାରି ଆସି ନିଜର ପୁରୁଷପଣିଆ ଦେଖାଇ ପାରିଥାନ୍ତେ । କିନ୍ତୁ ତାହା ସେ କଲେ ନାହିଁ । ମନ୍ତ୍ରୀପଦ ଲୋଭରୁ ଇସ୍ତଫା ଦେଲେ ନାହିଁ । ପଦରୁ ଚାଲିଯିବା ପରେ କହିବା ତାର କିଛି ମାନେ ନାହିଁ । ସେ ଯେତେ ସବୁ ଅଭିଯୋଗ କରିଛନ୍ତି ସେ ଅଭିଯୋଗର ପ୍ରାମାଣିକ ତଥ୍ୟ ଦେଉନାହାନ୍ତି । ଦାମବାବୁ ବହିଷ୍କୃତ ହେବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଥିବା ପ୍ରସଙ୍ଗରେ ସେ କହିଲେ ଯେ, ନବୀନ ବାବୁଙ୍କୁ କେହି ହଟାଇ ପାରିବେ ନାହିଁ । ସେ ଲୋକଙ୍କ ସହିତ ରହିଛନ୍ତି । ନବୀନବାବୁ କଣ ଓଡ଼ିଶାବାସୀ ଜାଣିଛନ୍ତି । ଅନ୍ୟ କାହାର ସାର୍ଟିଫିକେଟର ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ ।