ବଜ୍ରାଘାତରେ ୩ ମୃତ, ୪ ଆହତ

Sep 15, 2018 - 18:37
 211
ବଜ୍ରାଘାତରେ ୩ ମୃତ, ୪ ଆହତ
ଭୁବନେଶ୍ୱର,୧୫/୯(ସକାଳଖବର): ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୩ ଜଣ ପାଣ ହରାଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଚଂଳ ଥାନା ଅନ୍ତର୍ଗତ ବିଜାତଳା ଗ୍ରାମର ହୀରାମଣି ମୁର୍ମୁ (୨୫) କ୍ଷେତରେ କାମ କରୁଥିବାବେଳେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । । ହୀରାମଣି କ୍ଷେତରେ କାମ କରୁଥିବା ବେଳେ ଅପରାହ୍ନ ପ୍ରାୟ ୨ଟା ସମୟରେ ବଜ୍ରପାତ ହୋଇଥିଲା । ସେହିପରି ଖୋର୍ଦ୍ଧା ଅଂଚଳରେ ଆଜି ପୃଥକ୍ ପୃଥକ୍ ସ୍ଥାନରେ ବଜ୍ରପାତରେ ଦୁଇ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସୂଚନା ଅନୁଯାୟୀ, ବଜ୍ରପାତରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କୁଞ୍ଜୁରୀ ଗ୍ରାମର ସଞ୍ଜୟ ନାୟକ (୪୫) ଏବଂ ବେଗୁନିଆ ବ୍ଲକ ସାରୁଅ ଗ୍ରାମର ପରମାନନ୍ଦ ମହାଭୋଇଙ୍କ ମୃତୁ୍ୟ ଘଟିଛି । ଏହା ବ୍ୟତୀତ କୁଞ୍ଜୁରୀ ଗ୍ରାମର ଦୀନବନ୍ଧୁ ନାୟକ (୨୨), ବବିତା ଜେନା (୧୫) ଏବଂ ପୁବୁସାହି ଓଳସିଂହ ଗ୍ରାମର ରମେଶ ସେଠୀ ଓ ପ୍ରଗତୀ ଛୁଆଳସିଂହ (୧୫) ବଜ୍ରପାତରେ ଗୁରୁତର ହୋଇଛନ୍ତି । ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।